ସେଞ୍ଚୁରିୟନ୍‌ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ସଂକଳ୍ପ ସମାରୋହ

0 157

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍‌ ପବ୍ଲିକ ସ୍କୁଲ ୧୪ତମ ବାର୍ଷିକ ଉତ୍ସବ ସଂକଳ୍ପକୁ ଗୁରୁବାର ଦିନ ସନ୍ଧ୍ୟାରେ ନିଜ ସ୍କୁଲ ପରିସରରେପାଳନ କରିଥିଲା । ବିଶେଷ କରି କରୋନା ବାଧକ ଯୋଗୁଁ ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ପାରମ୍ପାରିକ ଢଙ୍ଗରେ ବାର୍ଷିକ ଉତ୍ସବକୁ ମନାଯାଇଥିବାରୁ ସମସ୍ତ ଅଭିଭାବକ , ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଉତ୍ସାହ ଓ ଉଲ୍ଲାସ ଦେଖିବାକୁ ମିଳିଥିଲା । ସେଞ୍ଚୁରିୟନ୍‌ ୟୁନିଭରସିଟି କୁଳପତି ଡ. ସୁପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଏବଂ ରେଜିଷ୍ଟ୍ରାର ଡ଼ .ଅନିତା ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି କୃଷି ବିଭାଗର ପ୍ରଶାସନିକ ଡିନ୍‌ ଡ. ଏସ୍‌ ପି ନନ୍ଦ, ନିର୍ଦ୍ଦେଶକ ପ୍ରଶାସକଡ. ଦୁର୍ଗା ପ୍ରସାଦ ପାଢି, ଇଂରାଜୀ ବିଭାଗର ଏଚ. ଓ. ଡି ଡ. ପ୍ରଜନାପାଣି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ । ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପାରମ୍ପାରିକ ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ସଭାକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା ।ପ୍ରଥମେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

hiring

ସ୍କୁଲର ପ୍ରିନ୍ସିପାଲ୍‌ ଶ୍ରୀମତୀ ସୁନୀତା ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଭାଷଣ ଦେଇ ସେ ଶିକ୍ଷାବର୍ଷରେ ଉଭୟ ଏକାଡେମିକ୍‌ ଏବଂ ସହ-ପାଠ୍ୟକ୍ରମର ବିଭିନ୍ନ ଉଲ୍ଲେଖନୀୟ ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ । ଶିଶୁର ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶକୁ ପୂରଣ କରିବା ପାଇଁ ସେ ବିଦ୍ୟାଳୟର ନିରନ୍ତର ଉଦ୍ୟମ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସ୍କୁଲର ଚଉଦ ଜଣ ଶିକ୍ଷକ ବିଦ୍ୟାଳୟରେ ଦୀର୍ଘ ଏବଂ ସମ୍ମାନଜନକ ସେବା ପାଇଁ ଏହି ଉତ୍ସବରେ ସମ୍ମାନିତ ହୋଇଥିଲେ । ୨୦୨୧-୨୨ ବର୍ଷର ଦଶମ ଶ୍ରେଣୀରେ ଗଜପତି ଜିଲ୍ଲାରେ ପ୍ରଥମ ଟପ୍ପର ଭାବେ ସ୍ଥାନ ଅଧିକାର କରିଥିବା ରାହୁଲ ଗୌଡ଼ ଓ ଦ୍ୱିତୀୟ ଟପ୍ପର ତନିଶା ପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ନାରୀଶକ୍ତି ଉପରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ କରିବା ସହ ଅଖଣ୍ଡ ଭାରତ ଉପରେ ଏକ ନାଟକ ପରିବେଷଣ କରାଯାଇଥିଲା । ପ୍ରାୟ ୨୫ଟି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।ନାଚ ଗୀତର ମାହୋଲ ସାଥିରେ ବହୁ ମାତ୍ରାରେ ଦର୍ଶକ ଓ ଅଭିଭାବକ ଯୋଗ ଦେଇ ସନ୍ଧ୍ୟାଟିକୁ ଉତ୍ସବ ମୁଖରିତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଚମତ୍କାର ପ୍ରଦର୍ଶନ ପାଇଁ ମୁଖ୍ୟ ଅତିଥି ଡ. ସୁପ୍ରିୟା ପଟ୍ଟନାୟକ ଗଭୀର କୃତଜ୍ଞତା ଜଣାଇଥିଲେ । ଏହି ବାର୍ଷିକ ଉତ୍ସବରେ ସ୍କୁଲର ପ୍ରିନ୍ସିପାଲ୍‌ ଶ୍ରୀମତୀ ସୁନିତା ପାଣିଗ୍ରାହୀ , ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସମ୍ବିତ ପାତ୍ର, ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରଦୀପ ପଣ୍ଡା, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଆମନ୍ତ୍ରିତ ଅଭିଭାବକ ତଥା ସ୍କୁଲର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସମସ୍ତ ପ୍ରମୁଖ ଉପସ୍ଥିତ ରହି ଉତ୍ସବରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ଶେଷରେ ଧନ୍ୟବାଦ ଅର୍ପଣ ସହ ଜାତୀୟ ସଙ୍ଗୀତର ଗାନ କରାଯାଇ କାର୍ଯ୍ୟକ୍ରମର ସମାପ୍ତି କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

four × 1 =