ସାନ ରାଧାକାନ୍ତ ମଠରେ ମଲ୍ଲି ଝୁଲଣ ଅନୁଷ୍ଠିତ

0 84

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସାନ ରାଧାକାନ୍ତ ମଠ (ନୃସିଂହ ନାଥ )ମନ୍ଦିରରେ ଚୈତ୍ର ଶୁକ୍ଳ ଦଶମୀ ଦିନଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଛଅ ଦିନ ଧରି ମହନ୍ତ ମଦନ ଗୋପାଳ ଦାସ ଓ ମଧୁସୂଦନ ଦାସଙ୍କ ତତ୍ତ୍ୱାବାଧାନରେ ମଲ୍ଲି ଝୁଲଣ ଅନୁଷ୍ଠିତ ହୋଇଯାଇଛି । ରାଧାକାନ୍ତ ମହାପ୍ରଭୁ ଓ ନୃସିଂହ ନାଥ ମହାପ୍ରଭୁଙ୍କୁ ନେଇ ଝୁଲଣ ମନ୍ଦିର ପରିସରରେ ଚାଲିଛି । ବସନ୍ତ ଋତୁର ଆଗମନରେ ଧରା ପୃଷ୍ଠରେ ନୂତନ ପୁଷ୍ପ ପ୍ରସ୍ଫୁଟିତ ହୋଇଥାନ୍ତି ତନ ମଧ୍ୟରୁ ମଲ୍ଲିକା ପୁଷ୍ପ ସୌନ୍ଦର୍ଯ୍ୟ ଓ ସୁଗନ୍ଧ । ଅନୁଭବ କରିବା ପାଇଁ ଯୁଗଳ କିଶୋରଙ୍କୁ ସଖୀ ମଞ୍ଜରିମାନେ ମଲ୍ଲି ପୁଷ୍ପରେ ଦୋଳି ସଜାଇ ଉଭୟ ଯୁଗଳଙ୍କୁ ବିରାଜ ମାନ କରି ସେବାକାନ୍ତ କରିଥାନ୍ତି । ଉକ୍ତ ପରମ୍ପରାକୁ ଏହି ମଠରେ ଦୀର୍ଘ ୬୦ ବର୍ଷ ଧରି ପାଳନ କରାଯାଉଛି । ମଠର ମହନ୍ତ ମାନଙ୍କ ଦ୍ୱାରା ମଲ୍ଲିକା ଝୁଲଣ ଚାଲିଛି ଓ ଏହି ଝୁଲଣରେ ଭଜନ ସଂକୀର୍ତ୍ତନ ହେବା ସହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

19 − five =