ଶିକ୍ଷକ, ଶିକ୍ଷୟିତ୍ରୀ ତାଲିମ ଶିବିର ଅନୁଷ୍ଠିତ

0 148

ଦଶପଲ୍ଲା : ଦଶପଲ୍ଲା ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସର୍ବଶିକ୍ଷା, ନୟାଗଡ଼ ଦ୍ୱାରା ଆୟୋଜିତରେ ୩ ଦିନ ବ୍ୟାପି ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀ କରଣ ତାଲିମ ଶିବିର କରାଯାଇଥିଲା । ଏହି ଶିବିରରେ ୪୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ସାମିଲ ହୋଇ ତାଲିମ ନେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଲିଙ୍ଗଗତ ସମାନତା, ସମତା, ଭେଦଭାବ ଏବଂ ଶିକ୍ଷା ବ୍ୟବସ୍ଥା ସହିତ ଏହାର ଅନ୍ତର୍ନିହିତ ସମ୍ପର୍କ ସହିତ ଜଡିତ ଧାରଣା ଗୁଡିକ ଉପରେ କିପରି ଶିକ୍ଷାର୍ଥୀମାନେ ବୁଝିପାରିବା ସହ ଦେଶର ଆଗାମୀ ଭବିଷ୍ୟତ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ମାଧ୍ୟମରେ ଲିଙ୍ଗଗତ ପ୍ରଭେଦର ଦୂରୀକରଣ ଓ ସମ୍ବେଦନଶୀଳତା ଉପରେ ଆଲୋଚନା କରାଯାଇଥିଲା । ପ୍ରଶିକ୍ଷକ ଭାବେ ବରିଷ୍ଠ ଶିକ୍ଷକ ସୂର୍ଯ୍ୟମଣି ମହାପାତ୍ର, ଉଷାରଣୀ ମହାପାତ୍ର, ପୁଷ୍ପାଞ୍ଜଳି ଗୋଛି ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ୩ ଦିନ ଧରି ସୁଚାରୁରୂପେ ତାଲିମ ଶିବିରର କାର୍ଯ୍ୟ ସମ୍ପାଦନ କରିଥିଲେ । ତୃତୀୟ ଦିବସର ଉଦଯାପନୀ ଉତ୍ସବରେ ଅତିଥିଭାବେ ଭାବେ ବ୍ଲକ ସହକାରୀ ଶିକ୍ଷାଧିକାରୀ ଶ୍ୟାମସୁନ୍ଦର ଜାନୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ସାମ୍ବାଦିକ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ଅତିଥିମାନେ ତାଲିମପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 4 =