ପୁଲିସ କବ୍‌ଜାରେ ୯ ଜଣିଆ ମହିଳା ଚୋର ଗ୍ୟାଙ୍ଗ୍‌; ଲଙ୍କାପୋଡ଼ି ଯାତ୍ରାରେ ଅଳଙ୍କାର, ମୋବାଇଲ ଲୁଟୁଥିଲେ

0 163

ଦଶପଲ୍ଲା : – ଦଶପଲ୍ଲା ଲଙ୍କାପୋଡି ଯାତ୍ରାରେ ଚୋରି କରିବାକୁ ଆସିଥିବା ଏକ ମହିଳା ଚୋର ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ଦଶପଲ୍ଲା ପୁଲିସ । ସୂଚନାରୁ ପ୍ରକାଶ ଗତକାଲି ଲଙ୍କାପୋଡି ଯାତ୍ରାର ମୁଖ୍ୟ ଉତ୍ସବ ଚାଲୁ ରହିଥିବା ବେଳେ ହଜାର ହଜାର ସଂଖ୍ୟକ ଲୋକ ଯାତ୍ରାକୁ ଉପଭୋଗ କରୁଥିଲେ । ଭିଡ଼ର ସୁଯୋଗ ନେଇ ଚୋର ଗ୍ୟାଙ୍ଗ୍‌ ବିଭିନ୍ନ ଲୋକଙ୍କଠାରୁ ସୁନା ଅଳଙ୍କାର, ମୋବାଇଲ ଭଳି ଦାମୀ ଜିନିଷ ଲୁଟିଥିଲେ । ଜଣେ ମହିଳାଙ୍କଠାରୁ ସୁନା ମାଳି ଚୋରି କରୁଥିବା ବେଳେ କିଛି ସାମ୍ବାଦିକ ଜଣେ ମହିଳା ଚୋରକୁ ଧରି ନେଇଥିଲେ । ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳା ଚୋରକୁ କାବୁ କରିବା ସହିତ ତା’ ନିକଟରୁ ଏକ ସୁନା ମାଳି ଜବତ କରିଥିଲା । ଏଥି ସହିତ ଗ୍ୟାଙ୍ଗର ଅନ୍ୟ ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଚରମ୍ପା ଅଞ୍ଚଳର ଗୀତା ରାଓ (୫୮), ଜଟଣୀ ମୋଚିସାହି ଅଞ୍ଚଳର ଏମ୍‌. ପୂଜା(୩୫), ଜ୍ୟୋତି ରାଓ(୩୫), ଏନ୍‌. କାଜଲ୍‌(୪୦), ପାର୍ବତୀ ନାଇଡୁ(୪୮), ଏମ୍‌, ପଦ୍ମା(୪୦), ମାରୀ ନାଇଡୁ(୫୫), ଏସ୍‌. କାରିକ(୪୫), ଲକ୍ଷ୍ମୀ ନାଇଡୁ(୬୦) । ସେହିଭଳି ମଧ୍ୟଖଣ୍ଡ ଗ୍ରାମର ଦିବ୍ୟସିଂ ମାଝି ନାମକ ଜଣେ ବ୍ୟକ୍ତିଙ୍କୁ ଓଏସ୍‌ଆର୍‌ଟିସି ବସ୍‌କୁ ଢେଲା ମାରିବା ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

20 − thirteen =