ଜଙ୍ଗଲ ନିଆଁର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ

0 91

ବାଲିଗୁଡ଼ା:ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି । ଏହି ଅବସରରେ ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ଉପାନ୍ତ କୋଟଗଡ଼ ବ୍ଲକର ସୁବର୍ଣ୍ଣଗିରୀ ଠାରେ ଅଭିନବ ଉପାୟରେ ଜଙ୍ଗଲ ନିଆଁର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଅଞ୍ଚଳର ସ୍ଥାନୀୟ କଳାକାରଙ୍କୁ ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ କୋଟଗଡ଼ ବନାଞ୍ଚଳ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଫରେଷ୍ଟର ପ୍ରଭାତ କୁମାର ଦୋରା କାର୍ଯ୍ୟକ୍ରମ ଭାର ସମ୍ଭାଳି ଥିଲେ ।
ଫରେଷ୍ଟର ଦେବାଶିଷ ଚୌଧୁରୀ, ଫରେଷ୍ଟ ଗାର୍ଡ ରାହୁଲ ଦିଗଲ, କିରଣବାଳା ସ୍ୱାଇଁ, ବିନୋଦ ସାହୁ, ଯୋଶଦା ବେହେରା, ନିବେଦିତା ଦେବୀ, ଧନେଶ୍ୱର ବେଣିଆ ଓ ଶ୍ରଦ୍ଧାଞ୍ଜଳି ମଲ୍ଲିକଙ୍କ ସମେତ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ପୁର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳବାସୀ ଅନେକ କିଛି ଶିକ୍ଷା ଗ୍ରହଣ କରିଛନ୍ତି ଏବଂ ଜଙ୍ଗଲ ସୁରକ୍ଷା ପ୍ରତି ଆମେ ମଧ୍ୟ ବନ ବିଭାଗକୁ ସହଯୋଗ କରିବୁ ବୋଲି କହିଛନ୍ତି ଅଞ୍ଚଳବାସୀ । ସେପଟେ ଆଗକୁ ଖରାଦିନ ଆସୁଥିବା ବେଳେ କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଛନ୍ତି । ଏଣୁ ଜନସାଧାରଣଙ୍କୁ ନାଚ, ଗୀତ ମାଧ୍ୟମରେ ସଚେତନ କରାଇବାକୁ ଆମର ଏହି ପ୍ରୟାସ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ।

hiranchal ad1
Leave A Reply

Your email address will not be published.

eighteen + twenty =