ଶିଶୁ ସୁରକ୍ଷା ଉପରେ ମହା ବିଦ୍ୟାଳୟର ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ

0 50

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞାର ସଫଳ ରୂପାୟନ ପାଇଁ ଦ୍ୱିତୀୟ ଦିନରେ ମୀନକେତନ ମହା ବିଦ୍ୟାଳୟ ଗୁରାଣ୍ଡୀ, ପର୍ଶୁରାମ ଗୁରୁକୂଳ ମହା ବିଦ୍ୟାଳୟ, ସେବକ ପୁର, ଶ୍ରୀ ରାମ ମହାବିଦ୍ୟାଳୟ କାଶୀ ନଗର, ବିନୋଦିନୀ ମହା ବିଦ୍ୟାଳୟ ପଦ୍ମପୁର,ଗୁମ୍ମା ର ୧୦୦ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଶିଶୁ ସୁରକ୍ଷାର ସମସ୍ତ ଦିଗ ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଶ୍ରୀଯୁକ୍ତ ପଣ୍ଡା ଉପସ୍ଥିତ ଏନଏସ୍‌ଏସ, ୟୁଥ ରେଡ଼କ୍ରସ ଏବଂ ସ୍କାଉଟ ଓ ଗାଇଡ଼ର ସ୍ୱେଚ୍ଛାସେବୀମାନଙ୍କୁ ସୈନିକ ଭାବେ ଅବିହିତ କରିବା ସହ ସେମାନଙ୍କ ଦ୍ୱାରା ହିଁ ଶିଶୁ ଅଧିକାର ଏବଂ ଶିଶୁ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁଙ୍କ ପାଖରେ ପହଞ୍ଚିବା ସହ ଜିଲ୍ଲାକୁ ଶିଶୁ ନିର୍ଯାତନା ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିହେବ ବୋଲି ମତ ବ୍ୟକ୍ତ କରିଥିଲେ । ଏଥିରେ ଯୋଗ ଦେଇଥିବା ପ୍ରାୟ ସ୍ୱେଚ୍ଛାସେବୀ ନାବାଳିକା ହୋଇ ଥିଲା ବେଳେ ନିଜର ସୁରକ୍ଷା ନିଜ ନେତୃତ୍ୱରେ ନିଆଯିବା କଥାକୁ ସମସ୍ତଙ୍କ ଦ୍ୱାରା ଆଗ୍ରହର ସହିତ ଗ୍ରହଣ କରାଯାଇଥିଲା । ଉପରୋକ୍ତ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଚାଲିଥିଲା ବେଳେ ଏଥିରେ ଉପରୋକ୍ତ ମହା ବିଦ୍ୟାଳୟର ଏନଏସ୍‌ଏସ, ୟୁଥ ରେଡ଼କ୍ରସ, ସ୍କାଉଟ ଓ ଗାଇଡର ସଂଯୋଜକମାନେ ଯୋଗ ଦେଇ ସେମାନଙ୍କ ୟୁନିଟ ମାଧ୍ୟମରେ ଶିଶୁ ଅଧିକାର ଏବଂ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁ ପାଖରେ କିପରି ପହଞ୍ଚିବ ତାହା ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତି ଅଳକା ସାହୁ, ଆଇନଏଡ଼ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ଓ ୟୁଏନଏପିଏ ର ଜିଲ୍ଲା ସଂଯୋଜିକା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପର୍ଯ୍ୟବେକ୍ଷକ ଅଧିକାରୀ ଶଜୟ ପ୍ରକାଶ ବଡ଼ତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

19 + 2 =