ଫୁଲବାଣୀ:-ଆଜି ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରି ଆସୁଥିବା ମହିଳାମାନଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଛି । ସେହିପରି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଜଣେ ମହିଳା ଚର୍ଚ୍ଚାର ପରିସରକୁ ଆସିଥିଲେ । ସେ ହେଉଛନ୍ତି ଫୁଲବାଣୀ ସାହିର ଜଗନ୍ନାଥ ସାହି ବାସିନ୍ଦା ରୀନାରାଣୀ ହାଲି, ସ୍ୱାମୀ ମହେଶ୍ୱର ହାଲି । ହାଲି ମହାଶୟା ଏଯାବତ୍ ମୋଟ ୪୦ ଥର ରକ୍ତଦାନ କରି ଆସିଛନ୍ତି । ଯେତେବେଳେ ବି ରକ୍ତର ଆବଶ୍ୟକତା ପଡେ ହାଲି ମାଡାମ୍ ସ୍ୱେଚ୍ଛାକୃତ ଭାବେ ଚାଲି ଆସନ୍ତି । ଆଜିର ମହିଳା ଦିବସ ଅବସରରେ ସେ ୪୦ ତମ ରକ୍ତଦାନ କରିଛନ୍ତି । ରୀନାରାଣୀ ଙ୍କ ଏଭଳି ସମାଜ ସେବା ପାଇଁ ଜିଲ୍ଲାପାଳ ମହୋଦୟା ମାନପତ୍ର ଦେଇ ସମ୍ମାନିତ କରିଛନ୍ତି ।