ଭୁବନେଶ୍ୱର: କଳାହାଣ୍ଡି ଓ ନବରଙ୍ଗପୁରରରେ ଭୂମିକମ୍ପ ଝଟକା । କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂମିକମ୍ପ ହୋଇଛି । ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ’ରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୬ରୁ ୭ ସେକେଣ୍ଡ ଯାଏଁ ଭୂପୃଷ୍ଠ ଥରିଥିବା ସୂଚନା ମିଳିଛି । ଏଥିପାଇଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଭୂକମ୍ପ ତୀବ୍ରତା ୩.୫ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।