ପୁରୀ : ପୁରୀର ଅବିନାଶ ନାୟକ । ୟୁକ୍ରେନରେ ମେଡିକାଲ ପଢୁଥିଲେ । ରୁଷ୍ – ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିବାରୁ ସେ ଓ ତାଙ୍କ ସହ ଅନେକ ମେଡିକାଲ ଛାତ୍ରଛାତ୍ରୀ ଏବେ ସଂକଟରେ ସମ୍ମୁଖୀନ ହୋଇଛନ୍ତି । ତାଙ୍କର କହିବା କଥା ହେଲା ୟୁକ୍ରେନରେ ତୁହାକୁ ତୁହା ଗ୍ରେନେଡ ମାଡ ସହିତ ଗୁଳିଗୁଳା ବର୍ଷଣ ଜାରୀ ରହିଛି । ଜୀବନ ବିକଳରେ ସେମାନେ ୟୁକ୍ରେନ ଛାଡିଛନ୍ତି । ଜଗନ୍ନାଥଙ୍କ କୃପାରୁ ୪୦କିଲୋମିଟର ଚାଲିଚାଲି ବୋର୍ଡରରେ ପହଞ୍ଚିଛନ୍ତି । ସେଠାରେ ୯ରୁ ୧୦ ଡିଗ୍ରୀ ଟେମ୍ପରେଚର । ନିଆଁ ଜାଳି ରହିବାକୁ ପଡୁଛି । ଆଖିଆଗରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ବର୍ଡରରେ ବହୁ ହଇରାଣ ହେବାକୁ ପଡିଥିଲା । ପ୍ରଥମେ ଝିଅ ପିଲାମାନଙ୍କୁ ଛାଡୁଥିଲେ, ମାତ୍ର ୬ଘଣ୍ଟାରେ ଦୁଇ ତିନିଜଣ ପୁଅକୁ ଛାଡୁଥିଲେ । କ୍ରାଉଡ ଟିକେ କମିବା ପରେ ଏମ୍ବାସିରୁ ଆସିଥିବା ବସରେ ପୋଲାଣ୍ଡ ସିପ୍ଟ ହୋଇଛନ୍ତି । ପୋଲାଣ୍ଡରେ ଫ୍ଲାଇଟ୍ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି । ମାତ୍ର ସେମାନେ ସୁରକ୍ଷିତ ଭାବେ ଇଣ୍ଡିଆରେ ପହଞ୍ଚିବା ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଗୁହାରି କରିଛନ୍ତି ।