ବାଜିଲା ୫-ଟି ଛାଟ, ନାମନେଲେ ୨ ଗ୍ରାମ ରୋଜଗାର ସେବକ

0 382

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ୨ ଜଣ ଗ୍ରାମ ରୋଜଗାର ସେବକ (ଜିଆରସି)ଙ୍କୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଚୁକ୍ତିଭିତ୍ତିକ ପଦବୀରୁ ବହିଷ୍କୃତ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ରଣପୁର ବ୍ଲକ ଅନ୍ତର୍ଗତ କୁଲାସର ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ ସୁଶାନ୍ତ କୁମାର ଦାସ ଯିଏ ବର୍ତ୍ତମାନ ଓଡ଼ଗାଁ ବ୍ଲକ ଅନ୍ତର୍ଗତଗୌଡ଼ପୁଟ ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଭାବରେ କାମ କରୁଥିଲେ, ତାଙ୍କୁ ୨୮ ଏପ୍ରିଲ ୨୦୨୨ ଠାରୁ ଚୁକ୍ତିଭିତ୍ତିକ ଗ୍ରାମ ରୋଜଗାର ସେବକ ପଦବୀରୁ ବହିଷ୍କୃତ କରାଯାଇଛି ତାଙ୍କ ବିରୁଦ୍ଧରେ କୁଲାସର ଗ୍ରାମ ପଞ୍ଚାୟତରେ ଅର୍ଥ ତୋଷରାପାତ ଓ ଭିଜିଲାନ୍ସ ତଦନ୍ତ ଆଦି ଅଭିଯୋଗ ଥିଲା । ସେହିପରି ରଣପୁର ବ୍ଲକ ଅନ୍ତର୍ଗତ ବ୍ରଜରାଜପୁର ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାରସେବକ ପୂର୍ଣ୍ଣମାସି ଆଚାର୍ଯ୍ୟ ଯିଏକି ଏବେ ରଣପୁର ବ୍ଲକ ଅନ୍ତର୍ଗତ ମୟୁରଝଲିଆ ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାରସେବକ ଭାବେ କାମ କରୁଛନ୍ତି । ତାଙ୍କୁ ବ୍ରଜରାଜପୁର ଗ୍ରାମ ପଂଚାୟତରେ ଏମଜିଏନ୍‌ଆରଇଜିଏସ ଫଣ୍ଡ ତୋଷରାପାତ୍ର ତଥା ମିଥ୍ୟା ବିଲ ଆଦି ଅଭିଯୋଗରେ ଶୁଣାଣି କରି ଜିଲ୍ଲାପାଳ ଡା . ପୋମା ଟୁଡୁ ଚୁକ୍ତି ଭିତ୍ତିକ ଗ୍ରାମ ରୋଜଗାର ସେବକ ପଦବୀରୁ ବହିଷ୍କୃତ କରିଛନ୍ତି । ଜିଲ୍ଲାରେ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଓ ସମସ୍ତ ଜନହିତକାରୀ କାର୍ଯ୍ୟକ୍ରମ ସଠିକ ଓ ସୁଚାରୁରୂପେ ହେବା ଉପରେ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

12 − three =