ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏଡ଼ସ ସଚେତନତା ଦିବସ ପାଳିତ

0 66

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀଙ୍କ ସଭାପତିତ୍ୱରେ ବିଶ୍ୱ ଏଡ଼ସ ଦିବସ ପାଳନ କରାଯାଇଛି । ଅଧକ୍ଷା ଶ୍ରୀମତି ଅମ୍ବିକା ଦେବୀ +୨ ଛାତ୍ରୀ ମାନଙ୍କୁ ଏଡ଼ସର ଲକ୍ଷଣ କାରଣ,ନିରାକରଣ, ଭୟବହତା ଏବଂ ସଚେତନତା ଉପରେ ବୁଝାଇଥିଲେ । ଏହି ବିଦ୍ୟାଳୟର ଇତିହାସ ଅଧ୍ୟାପକ ତଥା ଏନଏସଏସର ସଂଯୋଜକ ନୃସିଂହ ପ୍ରସାଦ ପାଣିଗ୍ରାହୀ ଏହି ରୋଗ ସାରା ବିଶ୍ୱକୁ କିଭଳି କବଳିତ କରିଥିଲା ଏହାକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଭୂମିକା ଏବଂ ଏହାକୁ ସମୂଳେ ବିନାଶ କରିବା ପାଇଁ ବିଶ୍ୱଏଡ଼ସ ଦିବସ ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ପାଳନ କରାଯାଏ । ଏହା୧୯୯୮ ମସିହାରୁ ବିଶ୍ୱ ସମୁଦାୟ ପାଳନ କରି ଆସୁଛନ୍ତି ବୋଲି ଶିକ୍ଷାର୍ଥୀମାନଙ୍କୁ ବୁଝାଇ କହିଥିଲେ । ଯୁବ ରେଡ଼କ୍ରସର ସଂଯୋଜିକା ଶ୍ରୀମତି ସଂଯୁକ୍ତା ପାତ୍ର ଏହି ବିଷୟରେ ଆଲୋକପାତ କରି ଥିଲେ । ପରି ଶେଷରେ ଛାତ୍ରୀ ମାନେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ବିଦ୍ୟାଳୟ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ସଚେତନତା କରିଥିଲେ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା,ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × three =