ବିଶ୍ୱ ନର୍ସିଂ ଦିବସ ପାଳିଲେ ଏଏନଏମ ଛାତ୍ରୀ

0 59

ଘୁ.ଉଦୟଗିରି:- ସାରା ବିଶ୍ୱ ପାଳିଛି ଆନ୍ତର୍ଜାତୀୟ ନର୍ସିଂ ଦିବସ ବା ବିଶ୍ୱ ସେବିକା ଦିବସ । ଏହି ଅବସରରେ ଘୁ. ଉଦୟଗିରି ଏମଏମସି ହସ୍ପିଟାଲ ପରିସରରେ ଥିବା ଏମ୍‌ଏମସିଏଚ୍‌ଟି ଏଏନଏମ ସ୍କୁଲରେ ନର୍ସିଂ ଛାତ୍ରୀ ଓ ଶିକ୍ଷୟତ୍ରୀ ପାଳିଲେ ଆନ୍ତର୍ଜାତୀୟ ନର୍ସିଂ ଦିବସ । ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ମେଡିକାଲ ଅଫିସର ଡ.ଶକ୍ତିକାନ୍ତ ମଲ୍ଲିକ, ଡ.ଖ୍ରୀଷ୍ଟ ଚରଣ ପ୍ରଧାନ, ବିଶୋପ ବାଞ୍ଛାନିଧି ନାୟକ, ଆଇନଜୀବୀ ବିଜୟଲକ୍ଷ୍ମୀ ମହାନ୍ତି ଯୋଗ ଦେଇଥିବା ବେଳେ ପ୍ରିନ୍ସିପାଲ ଗ୍ଲୋରୀୟା ନାୟକ ସେବିକା ଦିବସକୁ ପରିଚାଳନା କରିଥିଲେ । ସମସ୍ତ ଅତିଥି ସେବିକା ମାନଙ୍କର ରୋଗୀମାନଙ୍କ ପ୍ରତି କର୍ତ୍ତବ୍ୟ ଓ ଧର୍ମ ବିଷୟରେ ଉପଦେଶ ରଖିଥିଲେ । ପର ଆପଣାର ଉର୍ଦ୍ଧ୍ୱରେ ରହି ଅଜଣା ରୋଗୀର ସେବା କରିବା ଯାହାର କାମ ସେ ହେଉଛି ସେବିକା ବା ନର୍ସ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାମାନଙ୍କର ତ୍ୟାଗ ମହତ୍ତ୍ୱପୂର୍ଣ୍ଣ । ସେହି ସେବିକାମାନଙ୍କ ସେବା କାର୍ଯ୍ୟ ନିମନ୍ତେ ତାଙ୍କ ବଳିଦାନକୁ ସମ୍ମାନ ଜଣାଇ ଜାତିସଂଘର ଅନୁମୋଦନରେ ୧୯୬୫ ମଇ ୧୨ ତାରିଖଠାରୁ ପ୍ରତିବର୍ଷ ସାରା ବିଶ୍ୱସ୍ତରରେ ପାଳନ କରାଯାଇଥାଏ ବିଶ୍ୱ ନର୍ସ ଦିବସ । ସମାଜରେ ସମସ୍ତ ଡାକ୍ତରଖାନା ଗୁଡ଼ିକରେ ସେବିକା ବା ନର୍ସମାନଙ୍କ ସମର୍ପିତ ସେବାକାର୍ଯ୍ୟ ପାଇଁ ପ୍ରଶଂସା କରିବା ସହ ଧନ୍ୟବାଦ୍‌ ଦେଇଥିଲେ । ଏହି ଅବସରରେ ସ୍କୁଲର ସମସ୍ତ ଛାତ୍ରୀ ଉପସ୍ଥିତ ରହି ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − one =