ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ

0 263

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ତିନୋଟି ବ୍ଲକ ବାଲିଗୁଡା,ଦାରିଙ୍ଗବାଡି ଓ କ. ନୂଆଗାଁର ବିଭିନ୍ନ ଗ୍ରାମପଞ୍ଚାୟତରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଅତିମାନସ ରଥ ପରିକ୍ରମା କରାଯାଇଥିଲା । ପ୍ରଥମେ ଏହି ରଥ ବାଲିଗୁଡ଼ାସ୍ଥିତ ଶ୍ରୀ ଅରବିନ୍ଦ ଭବନ ଠାରୁ ବାହାରି ବାଲିଗୁଡା ସହର, ଗୋଇବାଲି , ବାଦେକେତା, ରୁତୁଙ୍ଗିଆ ଦେଇ ବୁଡ଼ାଗୁଡ଼ା ଠାରେ ପହଞ୍ଚିଥିଲା । ସେଠାରେ ପ୍ରଭୁଙ୍କର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ସେଥିରେ ପ୍ରବକ୍ତା ପୁଷ୍ପିତା ଅପା ପ୍ରଭୁଙ୍କର ୫ଟି ସ୍ୱପ୍ନ ଓ ତିନୋଟି ପାଗଳାମୀ ଉପରେ ଆଲୋଚନା କରିଥିଲେ । କାର୍ଯକ୍ରମକୁ ଶିବ ଶଙ୍କର ପଣ୍ଡା ପରିଚାଳନା କରିଥିଲେ । ଏହା ପରେ ଅତିମାନସ ରଥ ଦାରିଙ୍ଗବାଡି ବ୍ଲକ୍‌ ଅନ୍ତର୍ଗତ ତିଲୋରୀ ଗ୍ରାମରେ ପହଞ୍ଚିଥିଲା । ସେଠାରେ ମଧ୍ୟ ଭକ୍ତ ମାନଙ୍କ ସହ ପ୍ରଭୁଙ୍କର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରବକ୍ତା ପୁଷ୍ପିତା ଅପା “ସରଳ ବିଶ୍ୱାସୀ ଙ୍କୁ ଭଗବାନ୍‌ କିଭଳି ଭଲ ପାଆନ୍ତି” ସେନେଇ ଆଲୋକପାତ କରାଇଥିଲେ । ସେଠାରୁ ଏହି ରଥ ସିମନବାଡ଼ି ଗ୍ରାମରେ ଯାଇ ପହଁଚିବା ପରେ ସେଠାରେ ଗ୍ରାମବାସୀମାନେ ବହୁସଂଖ୍ୟାରେ ଯୋଗଦେଇ କୀର୍ତ୍ତନ, ଶଙ୍ଖନାଦ ସହ ହୁଳହୁଳି ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାର ମଧ୍ୟ ଶ୍ରଦ୍ଧାଳୁଙ୍କ ସହ ପ୍ରଭୁଙ୍କର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଶେଷର . ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ସିର୍ତ୍ତିଗୁଡ଼ା ଠାରେ ପହଁଚିଥିଲା ଏହି ରଥ । ଗ୍ରାମବାସୀ ମାନେ ଅତିମାନସ ରଥକୁ ସ୍ୱାଗତ କରିବା ସହ ଦର୍ଶନ କରିଥିଲେ । ଏହା ପରେ ପରିକ୍ରମା ସାରି ଅତିମାନସ ରଥ ବାଲିଗୁଡ଼ା ସ୍ଥିତ ଶ୍ରୀ ଅରବିନ୍ଦ ଭବନ ଠାରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମକୁ ଶିବ ଶଙ୍କର ପଣ୍ଡା ପରିଚାଳନା କରିଥିବାବେଳେ ରଥ ପରିକ୍ରମା କରିବାରେ ସୀତା ରାମ ପଣ୍ଡା, ଶିବ ଶଙ୍କର ପଣ୍ଡା, ପୁଷ୍ପିତା ମହାପାତ୍ର, ଅଧିକାରୀ ମହାନ୍ତି, ଭରତ ସେଠି, କୃଷ୍ଣ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ରାଉତ, ସନ୍ତୋଷ ଦାସ, ଶ୍ରଦ୍ଧା ନାୟକ, ରିନୁପା ନାୟକ ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରତ୍ୟେକ ଗ୍ରାମରେ ଗ୍ରାମବାସୀମାନେ ପରିକ୍ରମା ରଥକୁ ସ୍ୱାଗତ ଜଣାଇ ଶ୍ରଦ୍ଧାର ସହ ପାଠଚକ୍ର ଶୁଣିଥିଲେ ଏବଂ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 3 =