କମିରାରେ ଆଇନ ସଚେତନତା ଶିବିର

0 79

ଜହ୍ନାପଙ୍କ: ସମାଜରେ ଏସସି ଓ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀ ତଥା ଲୋକମାନେ ଆଇନ ବାବଦରେ ଜାଣି ନ ଥିବାରୁ ଉଚିତ ନ୍ୟାୟ ପାଇ ପାରୁ ନାହାଁନ୍ତି ।ସେମାନେ କିପରି ଆଇନ ସମ୍ପର୍କରେ ସଚେତନ ହେବେ ସେ ନେଇ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ବୌଦ୍ଧ ବ୍ଳକ ମୁଣ୍ଡାପଡ଼ା ପଂଚାୟତର କମିରା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ ଉଦଘାଟନ କରି ଏସ୍‌ସିଏସ୍‌ଟି ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଇନ ସେବା ପ୍ରାଧିକରଣର ପ୍ୟାନେଲ ଲୟର ବିକାଶ ଚନ୍ଦ୍ର ବେହେରା, ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ପ୍ରଧାନ ଶିକ୍ଷକ ସନତ ପ୍ରଧାନ, ଶବର ସେଠି ମଞ୍ଚାସିନ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଏବଂ ଶିକ୍ଷକମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen + 8 =