ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଶ୍ରୀମନ୍ଦିରରୁ ହିଡେନ କ୍ୟାମେରା ଜବତ ଓ ନକଲି ସେବାୟତ ଅଟକ

0 91

ପୁରୀ: ପୁଣି ଶ୍ରୀମନ୍ଦିର ଭିତରୁ ଜବତ ହେଲା ହିଡେନ କ୍ୟାମେରା । ହିଡେନ କ୍ୟାମେରା ପିନ୍ଧିଥିବା ଗୁଜୁରାଟ ଅହମଦାବାଦର ଭକ୍ତ ଭରତ ପାଣ୍ଡିଆ ଶ୍ରୀମନ୍ଦିରର ଜଗମୋହନରେ ଧରାପଡିଲେ। ଭରତ ପାଣ୍ଡିଆ ଶ୍ରୀମନ୍ଦିର ଡ୍ୟୁଟିରେ ଥିବା ଜଣେ ସହକାରୀ କମାଣ୍ଡାଣ୍ଟଙ୍କ ସମ୍ପର୍କୀୟ ହୋଇଥିବାରୁ ଜଣେ ସିପାହୀ ଭାରତଙ୍କୁ ମହାପ୍ରଭୁଙ୍କୁ ଦର୍ଶନ କରାଇବାକୁ ନେଇଥିଲେ । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ଭରତ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧିଥିବା ଜଣାପଡିଥିଲା। ତାଙ୍କୁ ଜେଟିପି ଅଟକ ରଖି ଗାରଦରେ ପଚରା ଉଚରା କରିବା ପରେ ସିଂହଦ୍ବାର ଥାନା ଜିମାରେ ଦେଇଥିଲେ । ପୂର୍ବରୁ ବାରମ୍ବାର ହିଡେନ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଛି । କିନ୍ତୁ କଡାକଡି ଆଇନ ନ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ସେହିପରି ଶ୍ରୀମନ୍ଦିରରୁ ଆଜି ଆଉ ଜଣେ ନକଲି ସେବାୟତ ଧରା ହୋଇଛନ୍ତି । ସକାଳେ ଯାଜପୁରର ଶାନ୍ତନୁ ମିଶ୍ର ସେବାୟତ ବେଶରେ ଗର୍ଭଗୃହକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ସନ୍ଦେହରେ ତାଙ୍କୁ ଜଗନ୍ନାଥ ଟେମ୍ପଲ ପୋଲିସ ଧରି ଶ୍ରୀମନ୍ଦିର ଗାରଦ ଜିମାରେ ଦେଇଥିଲେ । ଏସବୁ ଘଟଣାକୁ ଦେଖିଲେ ଶ୍ରୀମନ୍ଦିର ସୁରକ୍ଷାକୁ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

seventeen − nine =