ବିଶ୍ୱ ପରିବେଶ ଦିବସରେ ସଚେତନତା ବାର୍ତ୍ତା ଦେଲେ ବଲାଙ୍ଗୀର ୟୁଥ୍‌ ଏକ୍ସନ କମିଟି

0 156

ବଲାଙ୍ଗୀର: ବଲାଙ୍ଗୀର ୟୁଥ୍‌ ଏକ୍ସନ କମିଟି ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱ ପରିବେଶ ଦିବସ ପାଳନ ଓ ଲୋକମାନଙ୍କୁ ବୃକ୍ଷ (ଚାରା) ବଣ୍ଟନ ଏବଂ ସଚେତନତା ବାର୍ତ୍ତା ଦିଆଯାଇଥିଲା ।
ଆଜି ବିଶ୍ୱ ପରିବେଶ ଦିବସ ବଲାଙ୍ଗୀରରେ ବଢୁଥିବା ଉତ୍ତାପକୁ ନଜରରେ ରଖି ଗଛକୁ ନ କାଟି ଆହୁରି ବୃକ୍ଷ ରୋପଣ କରିବା ପାଇଁ କୁହାଯାଇଥିଲା । ଆଜି ବଲାଙ୍ଗୀର ୟୁଥ୍‌ ଏକ୍ସନ କମିଟି ପକ୍ଷରୁ ବଲାଙ୍ଗୀର କଲେକ୍ଟର ଅଫିସ ସମ୍ମୁଖରେ ବିଶ୍ୱ ପରିବେଶ ଦିବସ ପାଳନ ଓ ବୃକ୍ଷ (ଚାରା) ବଣ୍ଟନ କରାଯାଇ ସଚେତନତା କରାଯାଇଛି ଓ ସମସ୍ତେ “ଗଛ ବଚାନ୍ତୁ ଜୀବନ ବଚାନ୍ତୁ’ ନାରା ଦେଇ ଆହ୍ୱାନ ଦିଆଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅମରେଶ ତ୍ରିପାଠୀ, ସଭାପତି, ଜିଲ୍ଲା ବାର ଆସୋସିଏସନ୍‌, ଏକ୍ସନ କମିଟି ଆବାହକ,ଗୋପଳଜୀ ପାଣିଗ୍ରାହୀ, ଉପସଭାପତି, ମୁନା ପଟ୍ଟନାୟକ, ଯୁବ ଏକ୍ସନ କମିଟି ସଭାପତି, ବିନୋଦ କାଲସାଏ, ସଂଯୋଜକ ରିଲୁ ରଥ, ଉପସଭାପତି,ପିଙ୍କୁ ବନଛୋର, ରବି ଖମାରୀ, ଶ୍ୟାମସୁନ୍ଦର ଗହିର, ଅପ୍ରମିତ ପରିଛା, ସୁମେସ ଡାଙ୍ଗ,ବିରେନ୍ଦ୍ର ପାଣ୍ଡେ, ଆଲୋକ ଭୋଇ, ସୁମିତ ଖୁଆସ, ସନ୍ଦିପ ବାଗ, ସାମ୍ବାଦିକ ସନ୍ଦିପ କୁଅଁର ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eighteen + six =