ଥାନାରେ କେମିତି ବ୍ୟବହାର କରିବେ ପୋଲିସ ବାବୁ, ଏସଓପି ଆଣିଲେ ରାଜ୍ୟ ସରକାର

0 96

ଭୁବନେଶ୍ୱର ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଏହାପରେ ଥାନାରେ କିଭଳି ବ୍ୟବହାର କରିବେ ପୋଲିିସ ଅଫିସର ସେନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଏସଓପି ଆଣିଛନ୍ତି। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେପଟେ ୩୧ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ସବୁ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ ଜେନେରାଲ। ଆସନ୍ତା ମଙ୍ଗଳବାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

hiring

ଏସଓପି ଅନୁସାରେ, ସେନା ଅଧିକାରୀ ଥାନାକୁ ଆସିଲେ ଭଲ ବ୍ୟବହାର କରିବେ ଥାନାବାବୁ। ସମସ୍ୟା ଓ ଅଭିଯୋଗକୁ ଶୁଣିବା ସହିତ ସହାୟତା ପ୍ରଦାନ କରିବେ। ଲିଖିତ ଅଭିଯୋଗ କଲେ ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବେ। ମୌଖିକ ଅଭିଯୋଗ କଲେ ମଧ୍ୟ ଏଫଆଇଆର କରିବେ। ଅଭିଯୋଗକାରୀଙ୍କ ହସ୍ତାକ୍ଷର ନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବେ। ଡ୍ୟୁଟିରେ ଥିବା ସେନା ଅଧିକାରୀଙ୍କୁ ଗିରଫ କରିପାରିବନି ପୋଲିସ। ସେନା ଅଧିକାରୀଙ୍କ ଗିରଫ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ବାଧ୍ୟତାମୂଳକ।

ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ସ୍ବତନ୍ତ୍ର ଗାଇଡଲାଇନ ରହିଛି। ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ ଗିରଫ ପାଇଁ ଅନୁମତି ମାଗିବ ପୋଲିସ। ନିକଟସ୍ଥ ଷ୍ଟେସନ କମାଣ୍ଡରଙ୍କ ଅନୁମତି ଲୋଡିବ ପୋଲିସ। ମେଜର ଜେନେରାଲ କିମ୍ବା ତଦୁର୍ଦ୍ଧ ର଼୍ୟାଙ୍କର ଅଫିସର ଅନୁମତି ଦେବେ। ଅନୁମତି ନ ମିଳିଲେ ମିଲିଟାରୀ ପୋଲିସକୁ ହସ୍ତାନ୍ତର ବାଧ୍ୟତାମୂଳକ। ବଳାତ୍କାର, ହତ୍ୟା ଓ ଅପହରଣ ଭଳି ମାମଲାରେ ଗିରଫ କରିପାରିବ ପୋଲିସ। କଷ୍ଟୋଡିରେ ଯବାନଙ୍କୁ ଦୁର୍ବ୍ୟବହାର କିମ୍ବା ମାଡ ମାରିପାରିବ ନାହିଁ ପୋଲିସ।

hiranchal ad1
Leave A Reply

Your email address will not be published.

twelve + five =