ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା, ୬ ଗ୍ରାମ୍ ବ୍ରାଉନ ସୁଗାର ସହ ଗଞ୍ଜେଇ ଜବତ

0 217

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଦିନକୁଦିନ ବାଲିଗୁଡ଼ା ଅଞ୍ଚଳରେ ବେଆଇନ୍ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ଏବେ ବ୍ରାଉନ୍ ସୁଗାର୍ କାରବାର ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମାଫିଆ ମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ ନିଶା କାରବାରରେ ପୋଲିସ୍ ନେଇଛି ବଡ଼ ପଦକ୍ଷେପ । ଯୁବ ଆଇପିଏସ୍ ଅଫିସର ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଏକ ସ୍ଵତନ୍ତ୍ର ଟିମ୍ ତିନିଜଣ ମାଫିଆଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬ ଗ୍ରାମ୍ ବ୍ରାଉନ ସୁଗାର,୨୨ କେଜି ଗଞ୍ଜେଇ,୧୦ ଟି ମୋବାଇଲ୍ ଫୋନ୍ ସହ ଦୁଇଟି ମୋଟରସାଇକେଲ ଜବତ କରିଛି ପୋଲିସ୍ । ଗିରଫ ନିଧି ମାଫିଆ ବାଲିଗୁଡ଼ା ଗୁଳିମରା ସାହିର ଦିପକ କୁମାର ଦିଗାଳ,ପାଟଖଣ୍ଡା ସାହିର ମହେନ୍ଦ୍ର ମଲ୍ଲିକ ଓ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡିର K.ଶିବପ୍ରସାଦ ଆଚାରୀ ହୋଇଥିବା ସୂଚନା ଦେଇଛନ୍ତି ଏସଡିପିଓ । ଏଥିସହିତ ଆଗାମୀ ଦିନରେ ଅଞ୍ଚଳରୁ ନିଶା କାରବାର ରୋକିବା ଏବଂ ଯୁବ ପିଢ଼ିଙ୍କୁ ନିଶାଠୁ ଦୁରେଇ ନିଜ କରିୟର ସଜାଡ଼ିବା ଏବଂ ପରିବାରର ସୁଖସମୃଦ୍ଧି ଦିଗରେ ଦୃଷ୍ଟି ଦେବା ନେଇ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ବିଭିନ୍ନ ସଚେତନତା ବାର୍ତ୍ତା ଦିଆଯିବ ଏବଂ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଯେମିତି ଅଞ୍ଚଳରେ ସନ୍ତୁଳିତ ହେବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ।

hiranchal ad1
Leave A Reply

Your email address will not be published.

fourteen − seven =