ଯୋଗାଣ ବିଭାଗ ମନ୍ତ୍ରୀଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

0 457

ବୌଦ୍ଧ :ଆଜି ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆସି ପହଞ୍ଚି ଥିଲେ । ଅପରାହ୍ନରେ ଯୋଗାଣ ବିଭାଗ ମନ୍ତ୍ରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଯୋଗାଣ ବିଭାଗର ସମୀକ୍ଷା କରିଥିଲେ । ସେଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ,ଏଡିଏମ୍ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଯୋଗାଣ ବିଭାଗର ଅଧିକାରୀ ତଥା ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ଚାଷୀମାନଙ୍କର ଧାନ ଉପଯୁକ୍ତ ଭାବରେ କ୍ରୟ ସହିତ ସମସ୍ତ ସୁବିଧା ଚାଷୀଙ୍କୁ ଯୋଗାଇ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 + 1 =