ସୁବର୍ଣ୍ଣପୁର: ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କ ଅକାଳ ବିୟୋଗରେ ଆଜି ସକାଳେ ଏକ ସ୍ମୃତି ଚାରଣ ସଭା ସହ ଅମର ଆତ୍ମାର ସତଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଏକ୍କା ସୁବର୍ଣ୍ଣପୁର ଜିଲ୍ଲରେ ପ୍ରାୟ ୩ ବର୍ଷ ହେବ ଅବକାରୀ ଅଧିକ୍ଷକ ଭାବେ ନିଷ୍ଠାର ସହିତ କାର୍ଯ୍ୟ ନିର୍ବାହ କରୁଥିଲେ । ସେ ଯକୃତଜନିତ ରୋଗରେ ପୀଡିତ ହେତୁ ହାଇଦ୍ରାବାଦର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ସମୟରେ ଗତ ୫ ତାରିଖ ରାତ୍ରିରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମରଶରୀରର ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗ୍ରାମ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ଭାଲୁଲତାଠାରେ କରାଯାଇଥିବା ସୂଚନା ମିଳିଛି । ଆଜିର ଏହି ଦୁଃଖଦ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ, ତଥା ଜିଲ୍ଲପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରି ନୀରବ ପ୍ରାର୍ଥନାକରିବା ସହ ତାଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।