ହୀରାକୁଦରେ ପର୍ଯ୍ୟଟନ ବିକାଶ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଆଗ୍ରହ

0 74

ସମ୍ବଲପୁର : ସମ୍ବଲପୁର ଗସ୍ତରେ ଆସି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ହୀରାକୁଦ ଡ଼୍ୟାମ ଓ ଏହାର ସଂଲଗ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଓ ଏହାର ବିକାଶ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ଏହି ଗସ୍ତ ବିଷୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଏହି ଜିଲ୍ଲା ଗସ୍ତକରି ବିଭିନ୍ନ ବିଭାଗରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧ,ଏହାର ଆଖପାଖ ଅଞ୍ଚଳ ଏବଂ ଆଇଲାଣ୍ଡକୁ କିଭଳି ପର୍ଯ୍ୟଟକଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରାଯାଇପାରିବ ତା’ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ସମୀକ୍ଷାରେ ମୁଖ୍ୟତଃ ସମ୍ବଲପୁରରୁ ଅନୁଗୁଳ ଓ ଅନୁଗୁଳରୁ କଟକ ଯାଇଥିବା ଜାତୀୟ ରାଜପଥ, ଜଳ ସମ୍ପଦ ବିଭାଗର ମେଗା ଲିଫ୍ଟ ପ୍ରକଳ୍ପ, ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣାଧୀନ ରାସ୍ତା ଆଦି ବିଷୟ ସ୍ଥାନ ପାଇ ଥିଲା । ମୁଖ୍ୟ ରାସ୍ତାରେ ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକ ତୁରନ୍ତ ସାରିବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

hiring

ବିଭିନ୍ନ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ନିମନ୍ତେ ସମୟସୀମା ଧାର୍ଯ୍ୟକରି ସେହି ଅନୁସାରେ ସାପ୍ତାହିକ ଓ ମାସିକ କାର୍ଯ୍ୟ ସାରଣୀ ପ୍ରସ୍ତୁତ ଓ ସେହି ଅନୁସାରେ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଶ୍ରୀ ମହାପାତ୍ର ମାଁ ସମଲେଇଙ୍କୁ ଦର୍ଶନ କରି ସେଠାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ପାଇଁ ପ୍ରସ୍ତୁତିର ଅଗ୍ରଗତି ତଦାରଖ କରିଥିଲେ । ମନ୍ଦିରରେ ଲାଇଟ ଏବଂ ସାଉଣ୍ଡ ସୋ ର ସଠିକ କାର୍ଯ୍ୟକାରିତା ମଧ୍ୟ ସେ ତନଖି ଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଇତିହାସ, ଐତିହ, କଳା, ସଂସ୍କୃତି, ଆଧ୍ୟାତ୍ମିକତା, କୃଷି ଓ ଲୋକ ପରମ୍ପରା ଉପରେ ଆଧାରିତ କଥାବସ୍ତୁ ରଙ୍ଗୀନ ଆଲୋକ ଓ ଶବ୍ଦ ଦ୍ୱାରା ସନ୍ନିବେଶିତ ହୋଇଛି । ଏଥିରେ ମଧ୍ୟ ସମ୍ବଳକ ସମ୍ପର୍କରେ ଗ୍ରୀକ ଦାର୍ଶନିକ ଟଲେମିଙ୍କ ଉଲ୍ଲେଖଠାରୁ ଆରମ୍ଭ କରି ଚୌହାନ ବଂଶର ଆଗମନ, ବଳରାମ ଦେବଙ୍କ ଦ୍ୱାରା ସମଲେଈ ମନ୍ଦିର ନିର୍ମାଣ ଓ ସମ୍ବଲପୁର ନଗର ସ୍ଥାପନ, ବ୍ରିଟିଶ ରାଜ, ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଆଦି ବିଭିନ୍ନ ଐତିହାସିକ କଥାବସ୍ତୁ ସ୍ଥାନିତ ହୋଇଛି । ଏହି ଲାଇଟ ଏବଂ ସାଉଣ୍ଡ ପ୍ରଦର୍ଶନକୁ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପରିବେଷଣର ବ୍ୟାବସ୍ଥା ରହିଛି । ଏ ପ୍ରକାର ରୁଦ୍ଧିମନ୍ତ ଲାଇଟ୍‌ ଓ ସାଉଣ୍ଡ ସୋ ପ୍ରସ୍ତୁତି ଓ ପରିବେଷଣ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ସହ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ ଓ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

ten + 9 =