ଆରମ୍ଭ ହେଲା ପୋଖରୀ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ

0 140

ଫୁଲବାଣୀ : ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୁରାତନ ପୋଖରୀ ଗୁଡିକର ଦୀର୍ଘ ଦିନ ହେଲା ଅଳିଆ ଆବର୍ଜନା ଓ ଦଳ ଆଦି ଭର୍ତ୍ତି ହୋଇ ପଡି ରହିଥିଲା । ସେହି ପୋଖରୀ ଗୁଡ଼ିକର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ପୌରାଧ୍ୟକ୍ଷା ନିଜେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ଦେଖିବାକୁ ମିଳିଛି । ଲୋକେ ପ୍ରାୟତଃ ବ୍ୟବହାର କରୁନଥିଲେ । ବର୍ତ୍ତମାନ ପୌରାଧ୍ୟକ୍ଷା ସ୍ମିତାଙ୍କ ନିଷ୍ଠାପର ଉଦ୍ୟମ, ଆଗ୍ରହ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହି ସବୁ ପୋଖରୀ ଗୁଡିକର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଯେପରି ଆଗ ଭଳି ବ୍ୟବହାର ଯୋଗ୍ୟ ହୋଇପାରିବ ଓ ଖରା ଦିନେ ଜଳକଷ୍ଟ ଦୂର ହୋଇପାରିବ ସେଥିପ୍ରତି ପୌର ପରିଷଦ ବିଶେଷ ଦୃଷ୍ଟି ଦେବେ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି କହିଛନ୍ତି । ଏଥିରେ ସହରବାସୀଙ୍କ ସହୋଯୋଗ କାମନା କରିଛନ୍ତି ସ୍ମିତା । ସହରବାସୀଙ୍କ ସହଯୋଗ ରହିଲେ ଫୁଲବାଣୀ ସହରକୁ ସରସ ସୁନ୍ଦର ଓ ଆକର୍ଷଣୀୟ ସହର ଭାବେ ପରିଗଣିତ ହୋଇପାରିବ ବୋଲି ସ୍ମିତା ଆହୁରି କହିଛନ୍ତି । ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି ମଧ୍ୟ ସହରକୁ କ୍ଲିନ ଓ ଗ୍ରୀନ ସିଟିରେ ପରିଣତ କରିବାଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି । ଦାୟିତ୍ୱ ଗ୍ରହଣ କରିବାର କମ ଦିନ ମଧ୍ୟରେ ସହରର ରାସ୍ତା, ଡ୍ରେନ, ଆଲୋକ ବ୍ୟବସ୍ଥା, ସଫେଇରେ ବ୍ୟାପକ ସୁଧାର ଆସିଥିବା ବିଜେପି ନଗର ସଭାପତି ସୁଶାନ୍ତ କହିଛନ୍ତି । ୧ ନମ୍ବର ୱାର୍ଡର କାଉନସିଲର ମୃତ୍ୟୁଞ୍ଜୟ ପେରା, ବିକ୍ରମ ବେହେରା ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ଦେଖାଯାଇଥିଲା ।

hiranchal ad1
Leave A Reply

Your email address will not be published.

14 − 10 =