ଘୁ.ଉଦୟଗିରିରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

0 45

ଘୁ. ଉଦୟଗିରି: ଅନ୍ତରଙ୍ଗ ଯୁବ ମହାସଂଘ, ପ୍ରଦାତ୍ତା ଓ ଭିଫୋର୍ସ କନ୍ଧମାଳ ତରଫରୁ ଘୁ. ଉଦୟଗିରି ସ୍ଥିତ ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହବିଦ୍ୟାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି । ସାରା ବିଶ୍ୱରେ ଏପ୍ରିଲ ୭କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ବିଭିନ୍ନ ଅନୁଷ୍ଠାନ ତଥା ସରକାରୀ ସ୍ତରରେ ପାଳନ କରାଯାଇଛି । ସେହିପରି ଚଳିତ ବର୍ଷ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଥିମ୍‌ “ଗ୍ରହ ଆମର ସ୍ୱାସ୍ଥ୍ୟ’ ରଖାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱରେ ପରିବେଶ ପ୍ରଦୂଷଣ ତୀବ୍ର ହେଉଥିବାରୁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପରିବେଶଜନିତ ରୋଗ ଏବଂ ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ପ୍ରଦୂଷଣ ରୋକିବା ପାଇଁ ପରିବେଶଗତ ସ୍ୱଚ୍ଛତା ଅତ୍ୟନ୍ତ ଜରୁରୀ । କଳକାରଖାନା ବୃଦ୍ଧି ବାୟୁ ପ୍ରଦୂଷଣର ଅନ୍ୟତମ ମୁଖ୍ୟ କାରଣ । ଏହାଛଡା ଜଙ୍ଗଲ କ୍ଷୟ ମଧ୍ୟ ପରିବେଶ ସନ୍ତୁଳନକୁ ବିଗାଡୁଛି । ଯାହା ଫଳରେ ବିଭିନ୍ନ ପ୍ରକାର ସାଂଘାତିକ ରୋଗ ଦେଖାଦେଉଛି । ସୁନ୍ଦର ସ୍ୱାସ୍ଥ୍ୟ ଓ ପରିବେଶ ନିୟନ୍ତ୍ରଣ ତଥା ପରିବେଶ ସୁରକ୍ଷା ପାଇଁ ସଚେତନା, ସ୍ୱଚ୍ଛତା ଓ ସମନ୍ୱୟ ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । କିଶୋରୀ ବୟସରେ ଯେଉଁ ସବୁ ସ୍ୱାସ୍ଥ୍ୟକୁ ଦୃଷ୍ଟିଗୋଚର ନକଲେ ପରବର୍ତ୍ତୀ ସମୟ ପାଇଁ ତାହା ସାଙ୍ଘାତିକ ଅବସ୍ଥାରେ ପରିଣତ ହେବାର ସମ୍ଭାବନାକୁ ଦୃଷ୍ଟି ଦେବା ପାଇଁ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଅପର ପକ୍ଷରେ ବର୍ତ୍ତମାନ ଯୁବ ପିଧିଠାରୁ ହିଁ ସଜାଗ ହେବାର ଆବଶ୍ୟକ ରହିଛି ଯାହା ପରିବେଶ ପ୍ରତି ସ୍ନେହ ଆଦର ସହିତ ତାହାର ସୁରକ୍ଷା କଲେ ଆଗାମୀ ଦିନରେ ବିଭିନ୍ନ ରୋଗ ହେବାର ସମ୍ଭାବନା କମ୍‌ ଦେଖାଯିବ ବୋଲି ବକ୍ତବ୍ୟରେ କହିଛନ୍ତି ।
ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘୁ. ଉଦୟଗିରି ଡକ୍ଟର ଦେବବ୍ରତ ବାରିକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସମନ୍ୱିତ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ସାବିତ୍ରୀ ମଲ୍ଲିକ, ପ୍ରଦାତ୍ତା ସମ୍ପାଦକ ପ୍ରଦୀପ କୁମାର ଦାସ, ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହବିଦ୍ୟାଳୟର ଅଧ୍ୟକ୍ଷ ଶିବଶଙ୍କର ସାହୁ, ସ୍ୱେଚ୍ଛାସେବୀ ନୀଳମାଧବ ପାତ୍ର, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ ଓ ରଜବାଳା ସିଂ ଯୋଗଦେଇଥିଲେ ।
ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ସ୍ୱାଗତ ଭାଷଣ ଦେବା ସହିତ ଏହାର ଆଭିମୁଖ୍ୟ ବିଷୟରେ କହିଥିଲେ । ଶେଷରେ ରାଜବାଳା ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

12 − 5 =