“ବନ ସୁରଭି’ର ୩୪ତମ ବାର୍ଷିକୋତ୍ସବ,ସମ୍ବର୍ଦ୍ଧିତ ହେଲେ ୧୨ ଜଣ ସାରସ୍ୱତ ପ୍ରତିଭା

0 59

ନବରଙ୍ଗପୁର: ଜିଲ୍ଲର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ “ବନ ସୁରଭି ପ୍ରକାଶନ’ ଆନୁକୂଲ୍ୟରେ ୩୪ତମ ବାର୍ଷିକ ଉତ୍ସବ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର, ଧୋଡ୍ରା ଠାରେ ସମାରୋହର ସହ ଆୟୋଜିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଅନୁଷ୍ଠାନର ମୁଖ୍ୟ କବି ବଲ୍ଲଭ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନର କବିତା ପାଠୋତ୍ସବକୁ ବରିଷ୍ଠ କବି ଡାକ୍ତର ସୁରେନ୍ଦ୍ରନାଥ ଦାଶ ଉଦଘାଟନ କରିଥିଲେ । ଅଧ୍ୟାପିକା ଚନ୍ଦନା ମଲ୍ଲିକ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସହ ସମ୍ପାଦିକା କବୟିତ୍ରୀ ପ୍ରଭାତୀ ଦେବନାଥଙ୍କ ସଭାପତିତ୍ୱରେ ଏହି ଅଧିବେଶନର ବରେଣ୍ୟ ଅତିଥି ଭାବେ ଧର୍ମରାଜ ମାଝୀ, ସମ୍ମାନିତ ଅତିଥି ଭାବେ ସୁଧୀରାଜ ରାଉତ, ମୁଖ୍ୟ ବକ୍ତା ଭାବେ ଉମରକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ବିକାଶ ସରକାର ଯୋଗଦେଇଥିଲେ । କବୟିତ୍ରୀ ପ୍ରଭାସିନୀ ମହାନ୍ତି ଓ ସ୍ୱାଗତିକା ବାହିନୀପତି କବିତା ଗୁଡ଼ିକର ସଂଯୋଜନା କରିଥିଲେ । କବି ସବ୍ୟସାଚୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଅନୁଷ୍ଠାର ମୁଖପତ୍ର “ବନ ସୁରଭି’ ଓ ପ୍ରଭାତୀ ଦେବନାଥଙ୍କ “ବୃତ୍ତି ଓ କୃତି” ପୁସ୍ତକ ଦୁଇଟି ର ଲୋକାର୍ପଣ କରିଥିଲେ । ବଲ୍ଲଭ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ସାହିତ୍ୟ, ସଂସ୍କୃତି ଓ ସଂଗଠନ ପାଇଁ ଅବଦାନ ରହିଥିବା ବାର ଜଣ ପ୍ରତିଭାଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଲଳିତ ମୋହନ ନାୟକ, ଚନ୍ଦ୍ରଶେଖର ହୋତା, ଜେମାମଣି ବିଷୋୟୀ, ବିଜୟ ଚୌଧୁରୀ, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ମନୋରମା ମହାପାତ୍ର, ସହଦେବ ପରିଡ଼ା, କଣ୍ଡୁରୀ ଚରଣ ରାଉତ, ସବିତା ଶତପଥୀ, ଭରତ ଚନ୍ଦ୍ର ବେହେରା, ବଙ୍କିମ ଚନ୍ଦ୍ର ମଣ୍ଡଳ ଓ ପ୍ରଭଞ୍ଜନ ତ୍ରିପାଠୀ ଙ୍କୁ ତାଙ୍କ ସାରସ୍ୱତ ପ୍ରତିଭା ପାଇଁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ କୁମାର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର, ମୁଖ୍ୟବକ୍ତା ଭାବେ କବି ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅନୀଲ ଚନ୍ଦ୍ର ଦାଶ, ସମ୍ମାନିତ ବକ୍ତା ଭାବେ ଆଇନଜୀବୀ ଶ୍ରୀନିବାସ ପଟ୍ଟନାୟକ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ବଂଶୀଧର ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ତୃତୀୟ ଅଧିବେଶନରେ “ଗ୍ରାମାଞ୍ଚଳରେ ସାହିତ୍ୟର ପ୍ରଚାର ଓ ପ୍ରସାର ର ଆବଶ୍ୟକତା’ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କବି ଟୁଟୁ ବାବୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ମୁଖ୍ୟ ବକ୍ତା ଭାବେ ଇଂ. ସନ୍ତୋଷ କୁମାର ଗାହାଣ, ସମ୍ମାନିତ ଅତିଥି ଭାବେ ଡଃ ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଶେଷାନନ୍ଦ ମିଶ୍ର, ଆଇନଜୀବୀ ରାମ ପ୍ରସାଦ ପାତ୍ର, କବି ଜଗନ୍ନାଥ ବେହେରା, ଅଧ୍ୟାପକ ଅଖିଳ ଭଟ୍ଟ ଓ କବି ଡଃ ସାଇ ରମେଶ ରାଓ ଯୋଗଦେଇ ଗ୍ରାମାଞ୍ଚଳରେ ସାହିତ୍ୟ ର ପ୍ରଚାର ଓ ପ୍ରସାର ସମ୍ବନ୍ଧରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ କବି ବିରଞ୍ଚି ନାରାୟଣ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି କେଦାରେଶ୍ୱର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଚତୁର୍ଥ ଅଧିବେଶନରେ”କବିତା କୋଣାର୍କ’ କାର୍ଯ୍ୟକ୍ରମରେ କବି ସ୍ମୃତି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ସାଇମନ ବିଡିକାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭାବେ ରମେଶ ଚନ୍ଦ୍ର ଚାକିରୀ ଓ ବିଜୟ କୁମାର ପ୍ରଧାନ, ସମୀକ୍ଷକ ଭାବେ ଅଧ୍ୟାପକ ଗୋପାଳ ମହାରଣା ଯୋଗଦେଇଥିଲେ । କବୟିତ୍ରୀ ଜାହ୍ନବୀ ପଣ୍ଡା ଓ ସୁଶୋଭିତା ମେରିଲିନ ମୁରୁକି ସଂଯୋଜନା କରିଥିଲେ । ସମର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଧିବେଶନର ସଂଚାଳନ ସୁବାସ ଚନ୍ଦ୍ର ବିଷୋୟୀ କରିଥିଲେ । କବି ମନୋଜ କୁମାର ପଟ୍ଟନାୟକ, ସ୍ୱର୍ଣ୍ଣଲତା ପଟ୍ଟନାୟକ, ସମୀର କୁମାର ପ୍ରଧାନ, ସୁବ୍ରତ କୁମାର ମହାନ୍ତି, କାଦମ୍ବିନୀ ବେସ୍ରା ପ୍ରମୁଖ ଜିଲ୍ଲା ତଥା ଜିଲ୍ଲା ବାହାର ର ଅନେକ କବି, ଲେଖକ ଓ ସାହିତ୍ୟ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

12 − eight =