ଫୁଲବାଣୀ ଧର୍ମାଞ୍ଚଳ ଉତ୍ତର ଭାରତୀ ମଣ୍ଡଳୀର ୮୩ ତମ ବାର୍ଷିକ ମହାସଭା ଉଦଘାଟିତ

0 52

ଘୁ.ଉଦୟଗିରି : ଘୁ. ଉଦୟଗିରି ଓ ରିସୁଙ୍ଗିଆ ପାଷ୍ଟୋରେଟ୍‌ ସମ୍ମିଳନୀ , ଫୁଲବାଣୀ ଧର୍ମାଞ୍ଚଳ,ଉତ୍ତର ଭାରତ ମଣ୍ଡଳୀ ପକ୍ଷରୁ ଆଡାସକୁପା ଠାରେ ୮୩ ତମ ବାର୍ଷିକ ମହାସଭା ବା ରୌପ୍ୟ ଜୟନ୍ତୀ ଉତ୍ସବ – ୨୦୨୨ ଉଦଘାଟିତ ହୋଇଯାଇଛି । ଏହି ବାର୍ଷିକ ମହାସଭାରେ ମୁଖ୍ୟ ଅତିଥି ଭାବେ ଡେପୁଟି ମଡରେଟର, ସି ଏନ୍‌ ଆଇ ସିନଡ୍‌, ରାଇଟ ରେଭ୍‌ ବିଶପ ବିଜୟ କୁମାର ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହି ରୌପ୍ୟ ଜୟନ୍ତୀକୁ ଶୁଭ ଉଦଘାଟନ କରିଥିଲେ । ମହାସଭା କାର୍ଯ୍ୟକ୍ରମକୁ ଆଚାର୍ଯ୍ୟା ଭାଓଲେଟ ନାୟକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ୧୯ ତାରିଖ ଠାରୁ ଆରମ୍ଭ ହୋଇ ୨୧ ତାରିଖରେ ସମାପ୍ତ ହେବାର ଯୋଜନା ରହିଥିବା ବେଳେ ପ୍ରସଙ୍ଗ ଭାବରେ “ଈଶ୍ୱରଙ୍କ ସମୟ ସନ୍ନିକଟ’ ରଖାଯାଇଛି ଏବଂ ନିମନ୍ତ୍ରିତ ବକ୍ତା ଏହି ମୁଖ୍ୟ ପ୍ରସଙ୍ଗକୁ ନେଇ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରିବେ । ବକ୍ତା ଭାବରେ ରାଇଟ ରେବ୍‌ ଆନ୍ଦ୍ରିୟ ବି ରାଠୋର,ବିଶପ ନାଗପୁର ଡାୟସିସ,ରାଇଟ ରେବ୍‌ ସୁରେନ୍ଦ୍ର ନନ୍ଦ ବିଶପ କଟକ ଡାୟଶିସ, ରେଭ୍‌ ଡଃ ଡି ଜେ ଅଜିତ କୁମାର୍‌ ତାମିଲନାଡୁ, ରେଭ୍‌ ଆକାଶ ପଲ୍‌ ଯୁବ କୋ-ଅଡିନେଟର,ଫୁଲବାଣୀ ଡ଼ାୟସିସ୍‌ ଉପସ୍ଥିତ ରହି ଏହି ୩ ଦିନର ସମ୍ମିଳନୀରେ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରିବେ । କାର୍ଯ୍ୟକ୍ରମରେ ସ୍ଥାନୀୟ ପାଷ୍ଟୋରେଟର ସମସ୍ତ କର୍ମକର୍ତ୍ତା ଏବଂ ପାଳକମାନେ ଯୋଗ ଦେଇଥିଲେ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ମହାସଭା ୧୦ ଗୋଟି ଅଧିବେଶନରେ ବିଭକ୍ତ କରାଯାଇଛି ଓ ସମସ୍ତ ଅଧିବେଶନରେ ବିଭିନ୍ନ ମଣ୍ଡଳୀର ସଦସ୍ୟ ସଦସ୍ୟାମାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯିବାର ସୂଚନା ରହିଛି ।

hiranchal ad1
Leave A Reply

Your email address will not be published.

twenty + eleven =