ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ୍‌ ପାଇଁ ନୋଟିସ ଜାରି କଲା ଏନଏସି

0 97

କଣ୍ଟାବାଞ୍ଜି,: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନିର୍ଦ୍ଦେଶ କ୍ରମେ ଆଜି କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର ଅଞ୍ଚଳରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷିଦ୍ଧ ପାଇଁ ନୋଟିସ ଜାରି କରିଛି । ଏନଏସି ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଣ୍ଟ ୨୦୨୧ ନିୟମ ଅନୁସାରେ ୭୫ ମାଇକ୍ରୋନରୁ କମ ବିଶିଷ୍ଟ ପଲିଥିନ ଜରି, ପ୍ଲାଷ୍ଟିକ ଇତ୍ୟାଦି ଉତ୍ପାଦନ କରିବା ଅଥବା ଆମଦାନୀ କରିବା, ବିକ୍ରୟ କରିବା, ବିକ୍ରି ଉଦ୍ଦେଶ୍ୟରେ ଗଚ୍ଛିତ ରଖିବା ଓ ଏହାର ବ୍ୟବହାର ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଲେଖାଯାଇଛି । ଜାରି ହୋଇଥିବା ନୋଟିସ କ୍ରମାଙ୍କ ୩୯୧ରେ ଅମାନିଆ ମାନଙ୍କ ପାଇଁ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଉଲ୍ଲେଖ ରହିଛି । ଏହି ନୋଟିସରେ ଏନଏସି, କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳଙ୍କ ହସ୍ତାକ୍ଷର ରହିଛି ।

hiranchal ad1
Leave A Reply

Your email address will not be published.

eighteen + 6 =