ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ ଦାବି

0 100

ସମ୍ବଲପୁର:ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ତିନି ପୃଷ୍ଠାର ଏକ ଦାବିପତ୍ର ପ୍ରଦାନ କରାଗଲା ଓ ଏହାପୂର୍ବରୁ ଏକ ଶୋଭାଯାତ୍ରା ଜରିଆରେ ସେଠାକୁ ପହଞ୍ଚିଥିଲେ । ଉକ୍ତ ଦାବିପତ୍ରରେ ସମ୍ମିଳିତ ବିନ୍ଦୁ ଅନୁସାରେ ବର୍ତ୍ତମାନ ସମଗ୍ର ଦେଶରେ ଜନସଂଖ୍ୟା ବିସ୍ଫୋରଣ ଏକ ଜ୍ୱଳନ୍ତ ସମସ୍ୟା ରୂପେ ଦେଖାଦେଇଛି ଓ ଏହାର ଉଚିତ ବିନା କୌଣସି ବିକାଶୋନ୍ମୁଖୀ କାର୍ଯ୍ୟ ଫଳପ୍ରଦ ହୋଇପାରିବ ନାହିଁ । ଏଭଳି ଭାବେ ଜନସଂଖ୍ୟା ବଢ଼ି ଚାଲିଲେ ଦେଶର କୌଣସି ସମାଧାନ ଏଥିପାଇଁ ଯଥେଷ୍ଟ ହୋଇ ନପାରେ ।
ଏଣୁ ଜାତି ଧର୍ମ ନିର୍ବିଶେଷରେ ଜନସଂଖ୍ୟା ନିୟନ୍ତ୍ରଣ ପାଳନ ପାଇଁ ଆଇନ ପ୍ରଣୟନ ସହିତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କଠୋର ଆଭିମୁଖ୍ୟ ଦରକାର ଓ ସେଥିପାଇଁ ସରକାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଏହି ଦାବିପତ୍ର ଉଲ୍ଲେଖ କରାଯାଇଛି । ଆଜିକାର ଦିନରେ ସର୍ବ ଭାରତୀୟ ସ୍ତରରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହି ଅନୁରୂପେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

five × 3 =