ବିଦ୍ୟୁତ ବିଲକୁ ନେଇ ତେଜିଛି ପୁଣି ଅସନ୍ତୋଷ, ଜିଲ୍ଲାପାଳଙ୍କୁ ଦାବିପତ୍ର

0 65

ସମ୍ବଲପୁର: ବିଦ୍ୟୁତ ବିଲକୁ ନେଇ ତେଜିଛି ପୁଣି ଅସନ୍ତୋଷ । ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୩୮ ନମ୍ବର ୱାର୍ଡର ସିନ୍ଦୁରପଙ୍କ କଲ୍ୟାଣ ମଣ୍ଡପଠାରେ ୯ ଗ୍ରାମବାସୀ ଏକାଠି ହୋଇ ନିଜର କୋହ ପ୍ରକାଶ କରି ଟାଟା ପାୱାରର ଜୁଲୁମ ପ୍ରତି ନିଜ ନିଜ ଅସନ୍ତୋଷ ଜାହିର କରି ଶେଷରେ ସମସ୍ୟାର ସମାଧାନ ପାଇଁ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ପ୍ରାରମ୍ଭରେ ସିନ୍ଦୁରପଙ୍କ, କୋଲପାଲି, ଠେମେରା, ନକ୍ସାପାଲି, ବାଦିପାଲି, ଖଣ୍ଡୁଆଲ, ଖଇରପାଲି, ଦଣ୍ଡେଇପାଲି, ପୁଟିବନ୍ଦ ଓ ତକବାର ବରିଷ୍ଠ ନାଗରିକମାନେ ଏକାଠି ହୋଇ ଲକ୍ଷାଧିକ ଟଙ୍କାର ତୃଟିପୁର୍ଣ୍ଣ ବିଲ, ବିଦ୍ୟୁତ ସଂଯୋଗ କାଟିବା, ଧମକ, ମିଟର ରିଡିଙ୍ଗ ନଦେଖି ପ୍ରୋଭିଜନାଲ ବିଲ ଦେଇ ଅର୍ଥ ଜମା କରିବାକୁ ଜିଦ, ଲୋକ ନଥାଇ ମିଥ୍ୟା ବିଲ ଦେବା, ବକେୟା ବିଲ ନାମରେ ଶୋଷଣ କରିବା ଭଳି ଟାଟା ପାୱାରର ମନମାନି କାମକୁ ତୀବ୍ର ବିରୋଧ କରାଯାଇ ସର୍ବ ସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଜି ଜିଲ୍ଲାପାଳଙ୍କୁ ଦିଆଯାଇଛି । ବରିଷ୍ଠ ନାଗରିକ ରାମସାଗର ସାହୁଙ୍କ ଆହ୍ୱାନ ଓ ପତିତପାବନ ଧରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଗଠନର ଆବାହକ ଡା.ରାଜାରାମ ଷଡଙ୍ଗୀ, ସୁରେଶ ଚନ୍ଦ୍ର କର, ଭଗତ କୁମାର, ଆନନ୍ଦ ସ୍ୱାଇଁ, ଗୋପ ରଞ୍ଜନ ପଣ୍ଡା, ପୁର୍ଣ୍ଣ ଚନ୍ଦ୍ର ସାହୁ ଓ କପିଲ ସାହୁ ପ୍ରମୁଖ ଶତାଧିକ ବିଦ୍ୟୁତ ଉପଭୋକ୍ତା ଆଲୋଚନାରେ ଅଂଶ ଗ୍ରହଣ କରି ଏହାର ପ୍ରତିକାର ବ୍ୟବସ୍ଥା ନହେଲେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ମତପୋଷଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟଯେ ବକେୟା ବିଲ ସଂକ୍ରାନ୍ତରେ ଅର୍ଥ ଆଦାୟକାରୀ କମ୍ପାନୀର ଚୁକ୍ତିନାମା ହୋଇନଥିବା ବେଳେ ଯୋର ଜବରଦସ୍ତି ବକେୟା ଅର୍ଥ ମାଗି ଗାଁ ଗାଁରେ ଅସନ୍ତୋଷର ମଞ୍ଜି ବୁଣିବା ସହିତ ପରୀକ୍ଷା ପରି ସମ୍ବେଦନଶୀଳ ସମୟରେ କମ୍ପାନୀର ଏଭଳି ଅତ୍ୟାଚାରକୁ ତୁରନ୍ତ ରୋକିବାକୁ ୯ ଗ୍ରାମବାସୀ ଏକାଠି ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଆଜକୁ ଠିକ ସପ୍ତାହେ ତଳେ ଜିଲ୍ଲା ଉପଭୋକ୍ତା ସଂଗଠନ ପକ୍ଷରୁ ଏକ ୫ ଦଫା ଦାବି ସମ୍ମିଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ବିଭାଗୀୟ ଏସଇଙ୍କୁ ପ୍ରଦାନ କରାଯାଇଥିଲା । ଏପରିକି କମ୍ପାନୀର ଏଭଳି ଜୁଲୁମକୁ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଥିବା ବେଳେ ୧୫ ଜାନୁୟାରୀ ୨୦୨୨ରୁ ଖାଲି ପଡିଥିବା ଓଇଆରସି ଅଧ୍ୟକ୍ଷ ପଦ ପୂରଣ ହୋଇଥିବାରୁ ରାଜ୍ୟ ସରକାର ବିଦ୍ୟୁତ ଭଳି ସାର୍ବଜନୀନ ସେବାକୁ ସରଳିକରଣ କରି ଠୋସ୍‌ ପଦକ୍ଷେପ ନେବାକୁ ବିଦ୍ୟୁତ ଉପଭୋକ୍ତା ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 3 =