ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ନାଟ୍ୟଚକ୍ରର କଳାକାର ମାନଙ୍କ ଦ୍ୱାରା ସ୍ୱଚ୍ଛତାକୁ ନେଇ ପ୍ରସ୍ତୁତ ଏକ ପଥପ୍ରାନ୍ତ ନାଟକ ସହରର ବିଭିନ୍ନ ଛକ ରେ ପରିବେଷଣ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହାୟତାରେ ନାଟ୍ୟଚକ୍ରର କଳାକାର ମାନେ ସ୍ୱଚ୍ଛତା ବିଷୟରେ ଲୋକଙ୍କ ମନରେ ଚେତନା ସୃଷ୍ଟି କରିବା ପାଇଁ ପ୍ରଦର୍ଶିତ କରିଥିବା ଏହି ନାଟକ “ଜିଁ ଥିଲେ ଜୀବକା’ ବେଶ ମନଛୁଆଁ ହୋଇ ପାରିଛି । ଏହି ନାଟକ ଟିକୁ ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ ନାଟ୍ୟଚକ୍ରର କଳାକାର ରମେଶ ନଚନ୍ଦ, ପିତାମ୍ବର ସୁନା, ଗୋବିନ୍ଦ ଡାଙ୍ଗ, ଆକାଶ ରଣା, ରାଜା ମାହାଣା ମାନସ ପଧାନ, ଜଗନ୍ନାଥ ତ୍ରିପାଠୀ, ପପୁନ ପଧାନ, ଓ ଜଗନ୍ନାଥ ପାଣିଗ୍ରାହୀ ପ୍ରମୁଖ ଏଥିରେ ଅଭିନୟ କରିଥିବା ବେଳେ ଏହାର ନିର୍ଦ୍ଦେଶନା ମନୋଜ ବାରିକ ଦେଇଥିଲେ ।