ମେ ୨୩ରୁ ଜୁନ୍‌ ୧୮ ପର୍ଯ୍ୟନ୍ତ ଅଦାଲତର ଗ୍ରୀଷ୍ମକାଳୀନ ଛୁଟି

0 154

ନବରଙ୍ଗପୁର: ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ସମସ୍ତ କୋର୍ଟ ସହ ନବରଙ୍ଗପୁର ଜିଲ୍ଲାର ଦେୱାନୀ କୋର୍ଟ ଗୁଡିକ ମେ ୨୨ ରୁ ଜୁନ୍‌ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ କାଳୀନ ଅବକାଶ ପାଇଁ ବନ୍ଦ ରହିବ । ଜୁନ୍‌ ୨୦ରେ କୋର୍ଟ ଖୋଲିବ । ଏହି ସମୟରେ ଫୌଜଦାରୀ ମାମଲା ଗୁଡ଼ିକର ଶୁଣାଣୀ ଓ ବିଚାରଣା ଯଥାରୀତି ଚାଲୁରହିବ । ୧୪, ୧୫ ଓ ୧୬ ଜୁନ୍‌ ରଜ ସଂକ୍ରାନ୍ତି ଓ ୩୦ ଜୁନ୍‌ ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ କୋର୍ଟ ଗୁଡିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସମ୍ପାଦକ ରାମ ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × four =