ପଣ୍ଡିତ ଗୋପୀନାଥ ନନ୍ଦଙ୍କ ୧୫୪ ତମ ଜୟନ୍ତୀ ମହୋତ୍ସବ

0 76

ପାରଳାଖେମୁଣ୍ଡି: ସ୍ଥାନୀୟ ଉତ୍କଳହିତୈଷିଣୀ ସମାଜ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ୧୫୪ତମ ଜୟନ୍ତୀ ପାଳନ ହୋଇସାରିଛି । ଏକାଡେମୀର ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଭା ମୁଖ୍ୟ ଭାବେ ଯୋଗଦେଇଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଏବଂ ଭଞ୍ଜବିହାର ସ୍ଥିତ ବିଶ୍ୱବିଦ୍ୟାଳୟର ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରଫେସର ଡ.ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି, ଉପାନ୍ତ୍‌ ପ୍ରହରୀ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନ ସମ୍ମାନୀତ ବକ୍ତାଭାବେ ଯୋଗଦାନ କରି ଭାଷା ବିଜ୍ଞାନୀ ପଣ୍ଡିତ ନନ୍ଦଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଚୟନ କରିଥିଲେ । ସ୍ୱାଗତ ସମ୍ଭାଷଣ ଏବଂ ପରିଚୟ ପ୍ରଦାନ ଡ.କଲ୍ୟାଣୀ ମିଶ୍ର ଦେଇଥିବାବେଳେ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି ଅବସରେ ପ୍ରାରମ୍ଭିକ ସଙ୍ଗୀତ ଭକ୍ତିସଂଗୀତ ସଂସଦର ଶିଳ୍ପୀ ମାନେ ଗାନ କରିଥିଲେ ଏବଂ ଶ୍ରୀଜଗନ୍ନଥ ଓଡ଼ିଶୀ କଳକେନ୍ଦ୍ର ଦ୍ୱାର ଓଡ଼ିଶୀ ଓ ମାହାରୀ ନୃତ୍ୟ ପରିବେଷଣ କରାଯାଇ ଥିଲା । ଅରୁପାଞ୍ଜଳି ମହାନ୍ତି, ଡି.ପ୍ରିୟଙ୍କା,ନିତ୍ୟାନନ୍ଦ ଚୌଧୁରୀ, ମୂରଲୀଧର ପରିଛା, ବିଷ୍ଣୁ ଚରଣ ପଣ୍ଡା, ତ୍ରିପତି ପ୍ରସାଦ ପଣ୍ଡା, ଭାରତ ଭୂଷଣ ମହାନ୍ତି,ନରସିଂହ ଗୌଡ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

20 + 8 =