ବେଆଇନ ଗୋ ଚାଲାଣ ବେଳେ ପିକଅପ ଭ୍ୟାନ ଜବତ, ୪ ଅଟକ

0 142

ପାଟଣାଗଡ଼: ବେଆଇନ ଗୋ-ଚାଲାଣ ରୋକିବାକୁ କଡାକଡି ଭାବେ ପଦକ୍ଷେପ କାରବାର ଦିନକୁ ଦିନ ବୃଦ୍ଧି ପାଉଛି । କୌଣସି ପରିପ୍ରେକ୍ଷୀରେ ଏପରି ବେଆଇନ କାରବାରକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏହି କାରବାରରେ ଯେଉଁମାନେ ବିଲିପ୍ତ ଥାଆନ୍ତୁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିୟମ ରହିଛି । ଆଜି ପ୍ରାୟ ଦିନ ୩ ଟା ସମୟରେ ଖୋଲାଖୋଲି ଭାବରେ କଣ୍ଟାବାଞ୍ଜିରୁ ପାଟଣାଗଡ଼ ଦେଇ ଯାଇଥିବା ବେଆଇନ ଗୋ ଚାଲାଣ କରୁଥିବା ଦୁଇ ଗୋ ବୋଝେଇ ପିକଅପ ଭ୍ୟାନ ନଂ ଓଆର ୧୭ ଏଚ୍‌.୭୩୭୮ ,ଓଡି ୦୩ ଡବ୍ଲୁ ୧୭୬୯ରେ ଗାଈ ୩ ଗୋଟି ଓ ୬ ଗୋଟି ବଳଦ ବୋଝେଇ ନେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ଼ ସ୍ଥିତ ବରପଦର ଯିବା ରାସ୍ତା ବ୍ରିଜଠାରେ ୨ ପିଅକପ ଭ୍ୟାନକୁ ବେଆଇନ ଗୋରୁ ଚାଲାଣ ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ହରି ବାଗ, ସଭାପତି ଗିରିଜା ଶଙ୍କର ପଟ୍ଟନାୟକଙ୍କ ସମେତ କେତେକ କର୍ମକର୍ତ୍ତା ପହଞ୍ଚି ଦୁଇ ପିଅକପକୁ ଅଟକ ରଖିଥିଲେ । ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । କଣ୍ଟାବାଞ୍ଜିରୁ ଲୋଇସିଂହା ଥାନା ରୋତ ଗୋରୁ ବଜାର ବେଆଇନ ଭାବେ ଚାଲାଣ ହେଉଥିବା ଏକ ଗୋରୁ ଭର୍ତ୍ତି ଗାଡିକୁ ବଜରଙ୍ଗ ଦଳର କର୍ମକର୍ତ୍ତା ଅଟକ ରଖି ପାଟଣାଗଡ଼ ପୁଲିସ ଜିମା ଦେଇଛନ୍ତି । ବେଆଇନ ଗୋ ଚାଲାଣ କରୁଥିବା ବ୍ୟକ୍ତି ମାନେ ହେଲେ ଲୋଇସିଂହା ଥାନା ରୋତ ଗ୍ରାମ ର ରମେଶ ପଟେଲ , ଉଗ୍ରସେନ ସାହୁ, ହେମନ୍ତ ବରିହା, ବିଶ୍ୱନାଥ ଦୀପ, ଶିବରାମ, କେରକେଟୁ ସୁନା ବୋଲି ଜଣାପଡିଛି । ପାଟଣାଗଡ଼ ପୋଲିସ ୪ ଜଣକୁ ଅଟକ ରଖି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

five × two =