ତରଭା ଏନ୍‌ଏସି କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ

0 356

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ତରଭା ଏନ୍‌ଏସି ୧୦ ନମ୍ବର ୱାର୍ଡର ବିଜେଡି କାଉନସିଲର ନଳିନୀ ନାଏକଙ୍କ ସ୍ୱାମୀ ତଥା ଗଡ଼ଭିତର ଅଞ୍ଚଳର ସଞ୍ଜୀବ କୁମାର ଗୁରୁ ଓରଫ ରାଜା(୩୫)ଙ୍କୁ ଗତ ୭ତାରିଖ ଶନିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିଲା । ଘଟଣାଦିନ ରାତି ପରିବାର ଲୋକେ ଘରେ ଶୋଇଥିଲା ବେଳେ ସଞ୍ଜୀବ ୧୫୦ ମିଟର ଦୂର ନିଜ ଅଜାଙ୍କ ଘରେ କବାଟ ଖୋଲା କରି ଏକୁଟିଆ ଶୋଇଥିଲେ । ଏହି ସୁଯୋଗରେ ଦୁବୃର୍ତ୍ତ ଘରେ ପଶି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ହାଣି ହତ୍ୟା କରିଥିଲେ, ଯାହାକି ତା ପରଦିନ ମୃତ ସଞ୍ଜୀବଙ୍କ ସ୍ତ୍ରୀ ସକାଳେ ତରଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରଦିନ ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରି ପୋଲିସ ତରଭା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା ଓ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ତରଭା ପୋଲିସ ଏକ ମାମଲା କେସନଂ ୧୧୦/୨୨ରୁଜୁ କରି ବଲାଙ୍ଗୀରରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିଲେ ଯାହାକି ସୋନପୁର ପୋଲିସର ତ୍ୱରାନ୍ୱିତ ଅନୁସନ୍ଧାନ ଫଳରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଠାବକରିବାରେ ପୋଲିସ ସଫଳ ହୋଇଛି । ଏ ସଂପର୍କରେ ଆଜି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ତାଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତ ଶ୍ରୀତମ୍‌ ଭୂଷଣ ଗୁରୁ (୩୦) ପିତା ସିନ୍ଧୁ ଭୂଷଣ ଗୁରୁ ଯିଏକି ସଂପର୍କରେ ମୃତ ସଞ୍ଜୀବଙ୍କ କକାପୁଅ ଭାଇହେବେ ଘଟଣାଦିନ ରାତିରେ ଅତ୍ୟଧିକ ମଦ୍ୟପାନ କରି ଥିବା ସଞ୍ଜୀବଙ୍କ ପାଇ ତାଙ୍କ ଘରୁ ଖାଇବା ଆଣିଥିଲେ, ହେଲେ ସଞ୍ଜୀବ ସେଦିନ ରାତିରେ ଶ୍ରୀତମ୍‌କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାସହ ଏକ ଜାବୁଡା ମାରିଥିଲେ । ଯାହା ଫଳରେ ଶ୍ରୀତମ୍‌ ଉତ୍ତ୍ୟକ୍ତ ହୋଇ ପାଖରେ ଥିବା ଏକ ଲୁହାପାଇପରେ ସଞ୍ଜୀବଙ୍କର ମୁଣ୍ଡକୁ ବାରମ୍ବାର ଆଘାତ ଦେଇଥିଲେ । ଫଳରେ ସେଠାରେ ହିଁ ସଞ୍ଜୀବଙ୍କର ମୃତ୍ୟୁ ହୋଇଥିଲା । ପ୍ରକାଶ ଯୋଗ୍ୟଯେ ଅଭିଯୁକ୍ତ ଶ୍ରୀତମ୍‌ ଜଣେ ଏମ୍‌ ଟେକ୍‌ ଛାତ୍ର ଭାବେ ପଢା ଛାଡିଥିଲେ । ଏ ସମସ୍ତ ଘଟଣାରେ ଆହୁରି ଅନୁସନ୍ଧାନ ଜାରିରହିଛି ବୋଲି ଏସପି ଶ୍ରୀ ପଣ୍ଡା ପ୍ରକାଶ କରିଥିବା ବେଳେ ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ ଡିପିଓ ପୁଷ୍ପାଞ୍ଜଳି ନିଙ୍ଗିଓ ଏହି ଘଟଣାର ଅନୁସନ୍ଧାନକାରୀ ଅଧିକାରୀ ତରଭା ଥାନାଧିକାରୀ ସୁବ୍ରତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × five =