ଖରା ଦେଖି ନିଆଯିବ ସ୍କୁଲ ଖୋଲିବା ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ

0 138

ଭୁବନେଶ୍ୱର : ରାଜ୍ୟ ଜାରି ରହିଛି ପ୍ରଚଣ୍ଡ ଖରା ସହ ଗ୍ରୀଷ୍ମ ପ୍ରବାହ । ଖରା ପାଇଁ ଏପ୍ରିଲ ୨୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଖରା ଦେଖି ସ୍କୁଲ ଖୋଲିବା ପାଇଁ ପୁଣି ନିଷ୍ପତ୍ତି ନିଆଯିବ ବୋଲି ଆଜି ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି । ଏପ୍ରିଲ ୩୦ ଯାଏଁ ସ୍କୁଲ ଛୁଟି ରହିଛି । ୩୦ ପରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ସହ ଦେଖି ନିଷ୍ପତ୍ତି ନିଆଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ,ଏପ୍ରିଲ ୨୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ୫ଦିନ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଉଭୟ ସରକାରୀ ଓ ଘରୋଇ ସ୍କୁଲ ଛୁଟି ରହିବ । ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ । ସମସ୍ତ ସ୍କୁଲ ଛୁଟି ସତ୍ତେ୍ୱ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଚାଲୁ ରହିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × four =