ଆଞ୍ଚଳିକ ଏକଦା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମାବେଶ

0 67

ସମ୍ବଲପୁର: ଆଞ୍ଚଳିକ ସ୍ତରରେ ବିଭିନ୍ନ ସମୟରେ ମତଭେଦ ପରିଲକ୍ଷିତ ହେଉଥିବା ପରିପ୍ରେକ୍ଷୀରେ ଏଠାକାର ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଗତକାଲି ଏକ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ମଞ୍ଚର କାର୍ଯ୍ୟକ୍ରମ ସଂଯୋଜକ ଡ.ପ୍ରମୋଦ ରଥ ସ୍ୱାଗତ ଭାଷଣ ପାଠ କରିଥିଲେ । ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ମାଁ ସମଲେଶ୍ୱରୀଙ୍କ ଠାରେ ଦ୍ୱୀପ ପ୍ରଜ୍ୱଳିତ କରିବା ସହ ଉଦଘାଟନୀ ଭାଷଣ ପ୍ରସ୍ତୁତ କରିଥିଲେ । ସଂଗଠନର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଆବାହକ ଭବାନୀଶ ଭୋଇ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ । ଏହି ଏକତା ସମାବେଶରେ ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲାରୁ ଶତାଧିକ ପ୍ରତିନିଧିମାନେ ସାମିଲ ହୋଇ ପଶ୍ଚିମାଞ୍ଚଳର ବିକାଶ ପାଇଁ ଜିଲ୍ଲା ମାନଙ୍କ ମଧ୍ୟରେ ଶେଷରେ ପାଙ୍କାଜିନି ମେହେର ଧନ୍ୟବାଦ୍‌ ଅର୍ପଣ କରିଥିଲେ ।
ଏକତା ନିହାତି ଜରୁରୀ ବୋଲି ଏକ ସ୍ୱରରେ ମତ ପୋଷଣ କରିଥିଲେ । ଏହା ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗ୍ରାମୀ ମାନେ ପଶ୍ଚିମାଞ୍ଚଳର ଏକତା ପାଇଁ ଗଠନାତ୍ମକ ପ୍ରସ୍ତାବ ଦେବା ସହ ନିଜ ନିଜ ଜିଲ୍ଲାର ସମସ୍ୟା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ସମାବେଶରେ ବୌଦ୍ଧରୁ ଦେବାଶିଷ ପୁରୋହିତ, କଲାହାଣ୍ଡିରୁ ସୁଶୀଲ କୁମାର ପଣ୍ଡା, ବରଗଡରୁ ଅବନୀକାନ୍ତ ପଣ୍ଡା, ପ୍ରଶାନ୍ତ ମାଝି, ପ୍ରମୋଦ କୁମାର ଝାଂକର, ବଲାଙ୍ଗିରରୁ ବିଘ୍ନରାଜ ମୁନା, ପାଟଣାଗଡ଼ରୁ ଚିନ୍ମୟ ସାହୁ, ଡିଙ୍ଗର କୁମ୍ଭାର, ସୁବର୍ଣ୍ଣପୁରରୁ ମନୋଜ କୁମାର ବାରିକ, ଶ୍ୟାମା ପ୍ରସାଦ ମିଶ୍ର, ସଚିଦାନନ୍ଦ ଦାସ, ଅମ୍ବୁଜ ଶତପତି, ଝାରସୁଗୁଡାରୁ ଜ୍ଞାନବ୍ରତ ଭୋଇ, ଆଦିତ୍ୟ ପଧାନ, ଆକାଶ କଲେତ, ବିଜୟ ଦାସ, ଆରତି ପଣ୍ଡା, ଝୁନୁ କଠାର, କବିତା ପଣ୍ଡା, ସୁଜାତା ମିଶ୍ର, ଡ. ଦ୍ୱିବେନ୍ଦୁ ସାହୁ, ସମ୍ବଲପୁରରୁ ପ୍ରଫୁଲ ହୋତା, ସରୋଜ ଦାସ, ରବି ପୁଜାରୀ, ଇନ୍ଦ୍ର ଜିତ ତାଣ୍ଡୀ, ଆନନ୍ଦ ସାଗର ଦାସ, ଜଗଦୀଶ ବିଶ୍ୱାଲ, ତେଜରାଜ ପଧାନ, ଅର୍ପନ ଦାସ ନାୟକ, କାର୍ତିକ ବହିଦାର, ଅନ୍ନପୂର୍ଣ୍ଣା ବାରିକ, ବିଜୟଲକ୍ଷ୍ମୀ ବେହେରା ପ୍ରମୁଖ ସାମିଲ ହୋଇ ନିଜର ମତ ପୋଷଣ କରିଥିଲେ । ଏହାର ଆୟୋଜନରେ ପଦ୍ମିନୀ ବୈଠାରୁ, ସବିତା ନନ୍ଦ, ପାଙ୍କଜିନି ବୈଠାରୁ, ତୃପ୍ତିମୟୀ ପଣ୍ଡା, ମଂଜୁଲତା ପଣ୍ଡା, ସ୍ୱସ୍ତିକା ନାୟକ, ଅଜିତ ରଥ, ସୁବୋଧ ଦୋରା, ଅମିତାଭ ମାଝୀ, ଶଂକର ମେହେର, ଲଲିତ ବେବର୍ତ୍ତା, ସୁରେନ୍ଦ୍ର ବଗର୍ତ୍ତୀ, ମୁକେଶ ଜରିବାଲ, ଦେବୀ ପ୍ରସାଦ ଭୋଇ, ରାଜେଶ ବେହେରା, ଭୁବନାନନ୍ଦ ଭୋଇ, ରାଜେଶ ସ୍ୱାଇଁ, ସନ୍ତୋଷ ବଢାଇ, ଶାଶ୍ୱତ ପଣ୍ଡା, ବିପ୍ଳବ ଡନସନା, ହେମକାନ୍ତ ସାହୁ, ମନୋଜ ସାହୁ, ସଂଜୀବ ଠାକୁର ଓସବ୍ୟସାଚୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × one =