ବାଲ୍ୟବିବାହ ମୁକ୍ତ ଜିଲ୍ଲା ପାଇଁ ଶପଥପାଠ

0 78

ଦଶପଲ୍ଲା: ନୟାଗଡ଼ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ବିିଭିନ୍ନ ପ୍ରକାର ପଦକ୍ଷେପ ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ପକ୍ଷରୁ ନିଆଯାଇଥିବା ବେଳେ ଗତକାଲି, ନୟାଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସଭାଗୃହରେ, ବ୍ଲକ ପ୍ରଶାସନ ତରଫରୁ ବାଲ୍ୟବିବାହ ବନ୍ଦ ପାଇଁ ଶପଥ ପାଠଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହିଳା ମାନେ ଭଗବାନକୁଂ ସାକ୍ଷି ରଖି ଶପଥ ପାଠ କରିଥିବା ବେଳେ ଏଥିରେ ବିଶେଷ କରି ନିଜ ନିଜ ଗ୍ରାମରେ ଝିଅକୁ ୧୮ ବର୍ଷ ଓ ପୁଅକୁ ୨୧ ବର୍ଷ ପୂର୍ବରୁ ବାହାଘର କରିବାକୁ ଦେବୁନାହିଁ ବୋଲି ଶପଥ ନେଇଛନ୍ତି । ଯଦି କୌଣସି ଗ୍ରାମରେ ବାଲ୍ୟ ବିବାହ ହେଉଥିବା ଖବର ପାଆନ୍ତି ତାହାହେଲେ ୧୦୯୮କୁ ଫୋନ୍‌ କରି ଜଣାଇବାକୁ ମଧ୍ୟ ଶପଥ ନେଇଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକକୁ ସଂପୂର୍ଣ୍ଣ ଭାବେ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଆଗାମି ଦିନରେ ପଥପାର୍ଶ୍ୱ ନାଟକ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କୁହାଯାଇଛି । ଶିଶୁ ମାନଙ୍କର ସୁରକ୍ଷା ଓ ବଞ୍ଚିବା ଅଧିକାର ପରି ବାଲ୍ୟ ବିବାହ ଓ ଶିଶୁ ଚାଲଣକୁ ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶିଶୁ ହିଂସା, ଶିକ୍ଷାକୁ ଗୁରୁତ୍ୱ ମଧ୍ୟ ଦିଆଯାଇଛି । ପରିଶେଷରେ ଶିଶୁର ଅଧିକାର କ୍ଷୁର୍ଣ୍ଣ ହେବାଭଳି କାର୍ଯ୍ୟ ଲୋକଲୋଚନକୁ ଆସିଲେ ତୁରନ୍ତ ଶିଶୁ ସୁରକ୍ଷା ୟୁନିଟ , ଶିଶୁ ମଙ୍ଗଳ ସମିତି ,ଚାଇଡ଼ଲାଇନକୁ ଅବଗତ କରାଇବାକୁ ସେମାନେ ଏକତ୍ର ଭାବେ ଶପଥ କରିଥିଲେ ।

hiranchal ad1
Leave A Reply

Your email address will not be published.

five − five =