ଜୀବନ ଯୁଦ୍ଧରେ ହାରିଗଲେ ଜୀବନଜ୍ୟୋତି !

0 819

ଦଶପଲ୍ଲା : -ଜୀବନଯୁଦ୍ଧରେ ହାରିଗଲେ ନୟାଗଡ଼ ଜିଲ୍ଲା ଗଣିଆଁ ବ୍ଲକ୍‌ ଜଗନ୍ନାଥ ପ୍ରସାଦ ଗ୍ରାମର ସୁଦର୍ଶନ ଶତପଥୀଙ୍କ ଉଚ୍ଚ ଶିକ୍ଷିତ ପୁଅ ଜୀବନଜ୍ୟୋତି ଶତପଥୀ । ମୃତ ଜୀବନଜ୍ୟୋତି ଅତ୍ୟନ୍ତ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବାବେଳେ, ତାଙ୍କ ପିତା ଏକ ସାଇକେଲ ମରାମତି ଦୋକାନ କରି ତାଙ୍କୁ ବିଏସି ନର୍ସିଂ ପାଠ ପଢାଇଥିଲେ । ସେ ଏହି ଶିକ୍ଷା ସମାପ୍ତ କଲାପରେ କଲିକତାର ଆପୋଲୋ ହସ୍ପିଟାଲରେ ନର୍ସିଂ ଅଫିସର ଭାବେ କାର୍ଯ୍ୟ କରିବା ସଂଗେ ସଂଗେ ,ନର୍ସିଂ ପାଠ୍ୟକ୍ରମର ସର୍ବଭାରତୀୟ ସ୍ତରର ୧୧ଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପଦୋନ୍ନତି ମଧ୍ୟ ଲାଭ କରିଥିଲେ । ସେ ନର୍ସିଂ ପରୀକ୍ଷା ସର୍ବଭାରତୀୟ ସ୍ତରରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ନିକଟ ଭବିଷ୍ୟତରେ, ଉଚ୍ଚତ୍ତର ଶିକ୍ଷାପାଇଁ ବିଦେଶ ଯିବାର ଯୋଜନା ରହିଥିବା ବେଳେ ଗତ ୩ ତାରିଖ ରାତି କିମ୍ବା ୪ ତାରିଖ ସକାଳେ ସେ ବେଲାଘାଟ୍‌ ଅଂଚଳରେ ରହୁଥିବା ଘରେ ଆତ୍ମହତ୍ୟା କରିଥିବା କୋଲକତା ପୋଲିସ କହିଛି । କିନ୍ତୁ ସଂଘର୍ଷମୟ ଜୀବନ ଓ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରି ସଫଳତାର ଉଚ୍ଚତ୍ତର ଶିଖରରେ ପହଞ୍ଚିଥିବା ଜଣେ ଉଚ୍ଚଶିକ୍ଷିତ ଯୁବକ କାହିଁକି ବା ଆତ୍ମହତ୍ୟା କରିବ ? ତାହାହିଁ ପ୍ରଶ୍ନବାଚୀର କାରଣ । ଗତ ୩ ତାରିଖ ରାତିରେ ଜୀବନଜ୍ୟୋତି ତାଙ୍କ ମାମୁଙ୍କ ସହିତ ସ୍ୱଭାବିକ୍‌ ଭାବରେ କଥାବାର୍ତ୍ତା ହୋଇ ଘରକୁ ଫ୍ରିଜ୍‌ ଆଣିବା ପାଇଁ ୨୦ ୦୦୦ଟଙ୍କା ପଠାଇଥିବାବେଳେ କିଭଳି ଓ କାହିଁକି ସେ ଆତ୍ମହତ୍ୟା କଲେ ତାହା ବୁଝିହେଉନାହିଁ । ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ଅନୁଯାୟୀ, ଜଣେବ୍ୟକ୍ତି ଅତି କମ୍‌ ଉଚ୍ଚତା ବିଶିଷ୍ଟ ଝରକା ରେଲିଂଗରେ ତଳେ ଗୋଡ଼ ଲାଗିଥିବା ସତ୍ତେ୍ୱ ରସିଦେଇ କେମିତି ବା ଆତ୍ମହତ୍ୟା କରିବ ? ଏଥିରୁ ପ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଜୀବନଜ୍ୟୋତି ଆତ୍ମହତ୍ୟା କରିନାହାନ୍ତି, ତାଙ୍କ ଉତଥାନରେ ଇର୍ଷାନ୍ୱିତ ହୋଇ, ତାଙ୍କ ଘର ମାଲିକଙ୍କ (ବେଲାଘାଟ୍‌ ଅଂଚଳ) ସମ୍ପର୍କିୟ ମାନଙ୍କ ଦ୍ୱାରା କରାଯାଇଥିବା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ସନ୍ଦେହ ପ୍ରକାଶ କରୁଛନ୍ତି । ଆଜି ନବମକ୍ରୀୟା ଅବସରରେ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ସଂଗେ ସଂଗେ, ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ତାଙ୍କ ବୃଦ୍ଧ ପିତାମାତା ଓ ନିକଟ ସମ୍ପର୍କିୟ ମାନେ ଗଣମାଧ୍ୟମ ମାଧ୍ୟମରେ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − six =