ଆଜି ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

0 69

ପୁରୀ : ଦୁଇଦିନିଆ ପୁରୀ ଗସ୍ତରେ ଆଜି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୨୦ ତାରିଖରେ ଗୌଡିୟ ମଠ ଏବଂ ମିଶନର ସଂସ୍ଥାପକ ଶ୍ରୀଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୌସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ବର୍ଷପୂର୍ତ୍ତି ଆବିର୍ଭାବ ଦିବସ ଉପଲକ୍ଷେ ତ୍ରିବର୍ଷ ବ୍ୟାପି ପାଳନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ରହଣିସ୍ଥଳ ପୁନର୍ବାର ପରିବର୍ତ୍ତନ କରାଯାଇଛି । ଘରୋଇ ହୋଟେଲ ପରିବର୍ତ୍ତେ ରାଜଭବନରେ ଅବସ୍ଥାନ କରିବେ ରାଷ୍ଟ୍ରପତି । ସେପଟେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମକଡ୍ରୀଲ କରାଯାଇଛି । ତାଳବଣିଆ ହେଲିପ୍ୟାଡରୁ କାରକେଟ ବାହାରି ରାଜଭବନ ଆଉ ତାପରେ ଶ୍ରୀମନ୍ଦିରରେ ପହଞ୍ଚିଥିଲା । ମକଡ୍ରିଲ ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଅତିରିକ୍ତ ଡିଜି ।
ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

hiring

ହେଲିପ୍ୟାଡ ଠାରୁ ଆରମ୍ଭ କରି ରାଜଭବନ ଓ ରାଜଭବନରୁ ଭିଆଇପି ରୋଡ ଦେଇ ମେଡିକାଲ ଛକ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ କରାଯାଇଛି କାର୍କେଡ଼ର ମକଡ୍ରିଲ । ପରେ କାର୍କେଡ଼ ଶ୍ରୀମନ୍ଦିରରୁ ବାହାରି ଗୋଡିୟ ମଠ ଏବଂ ସିଧାସଳଖ ଶରଧାବାଲିରେ ପହଂଚିବା ପରେ ସେଠାରେ ବରିଷ୍ଠ ପୋଲିସ ଅଧିକାରୀମାନେ ସଭା ସ୍ଥଳର ଅନୁଧ୍ୟାନ କରିଥିଲେ । ସେପଟେ ବମ୍ବ ସ୍କୁଆଡ଼, ଆଂଟି ସାବଟେଜ ଟିମ ସଭାସ୍ଥଳରେ ଯାଞ୍ଚ କରିଛନ୍ତି । ଅନ୍ୟପଟରେ ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ ଫୋର୍ସ ଓ ୨୦୦ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହେଲିପ୍ୟାଡଠାରୁ ଆରମ୍ଭ କରି ବଡଦାଣ୍ଡ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡିଂ କରାଯାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଅତରିକ୍ତ ଡିଜି । ତାଳବଣିଆ ସ୍ଥିତ ହେଲିପ୍ୟାଡ୍‌ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ରୁଟ ଚାଟ୍‌ର ପ୍ରତ୍ୟକଟି ଦିଗକୁ ନେଇ ଆଜି ହୋଇଛି କ୍ୟାରକେଡ୍‌ ରିହରସଲ୍‌ ।

hiranchal ad1
Leave A Reply

Your email address will not be published.

19 − three =