କେବେ ସରିବ ତିଳାବାଡି ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ?

0 155

ଦଶପଲ୍ଲା : ଗର୍ଭବତୀ, ପ୍ରସୂତି ତଥା ଶିଶୁଙ୍କ ଶାରୀରିକ ତଥା ମାନସିକସ୍ତରରେ ବିକାଶ କରିବା ନିମନ୍ତେ ସରକାର ପ୍ରତି ଗାଁରେ ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି କିନ୍ତୁ ଦଶପଲ୍ଲା ବ୍ଲକର ଅନେକ ଅଙ୍ଗନୱାଡି କେନ୍ଦ୍ର ବହୁବର୍ଷ ଧରି ଅଧପନ୍ତରିଆ ହୋଇ ରହିଛି । ନିଜସ୍ୱ ଗୃହ ନଥିବାରୁ ପିଲାମାନେ ବାରଣ୍ଡାରେ ବସୁଛନ୍ତି । ଖୋଲା ଆକାଶ ତଳ ତଥା ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଳାବାଡି ଅଙ୍ଗନବାଡି କେନ୍ଦ୍ରରେ । ବହୁ ବର୍ଷ ହେଲାଣି ଏହି ଅଂଗନୱାଡି କେନ୍ଦ୍ରର ଘର କାମ ଅଧପନ୍ତରିଆ ଅବସ୍ଥାରେ ପଡିରହିଛି । ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା ନିମନ୍ତେ ଗ୍ରାମବାସୀ ଅଭିଯୋଗ କରିବା ସତ୍ତେ୍ୱ କାମ ସରୁନାହିଁ । ପିଲାମାନେ କେତେବେଳେ ଗଛ ତଳେ ପଢ଼ୁଛନ୍ତି ତ ଆଉ କେତେବେଳେ ଗ୍ରାମର କୋଠଘରେ । ବର୍ଷା ହୋଇଗଲେ ଅଙ୍ଗନୱାଡି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି । ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଅସମ୍ପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ର ଗୃହ କାମ ଯୁଦ୍ଧକାଳୀନ ଭିତ୍ତିରେ ସଂପୂର୍ଣ୍ଣ କରିବାକୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

18 − 5 =