ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

0 58

ପାରଳାଖେମୁଣ୍ଡି : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର “ଓସୱାନ୍‌’ କକ୍ଷରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗଜପତି ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜସ୍ୱ ଆଦାୟଠାରୁ ଆରମ୍ଭ କରି ସାଧାରଣ ପଟ୍ଟା ଓ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ସାଧାରଣ ଲୋକ ଯେପରି ତହସିଲ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ହଇରାଣ ନ ହୁଅନ୍ତି , ସେଥିପ୍ରତି ଚେଷ୍ଟା କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ୫-ଟି ର ସଫଳ ରୂପାୟନ ଦିଗରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡା (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ରଂଜିତ (ରାଜସ୍ୱ) , ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ଫାଲଗୁନି ମାଝୀ, ଜିଲ୍ଲା ସବ୍‌-ରେଜିଷ୍ଟ୍ରାର ଇଶ୍ୱର ଚନ୍ଦ୍ର ସାହୁ, ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ସମେତ ସମସ୍ତ ୭ ଟି ତହସିଲର ତହସିଲଦାର୍‌ ଓ ଅତିରିକ୍ତ ତହସିଲଦାର୍‌ ମାନେ ଉପସ୍ଥିତ ଥିଲେ । ଏତଦବ୍ୟତୀତ ସମସ୍ତ ବ୍ଲକ୍‌ ମୁଖ୍ୟାଳୟ ମାନଙ୍କରେ ଉପସ୍ଥିତ ଅଫିସର୍‌ ଓ କର୍ମଚାରୀ ମାନେ ମଧ୍ୟ ଭିଡିଓ କନଫରେନ୍ସିଂରେ ଯୋଡି ହୋଇ ଆଲୋଚନାରେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

16 − 4 =