ଘୁ ଉଦୟଗିରି ବ୍ଲକ ପ୍ରେକ୍ଷାଳୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

0 51

ଘୁ ଉଦୟଗିରି :ଦୀର୍ଘ ବର୍ଷ ପରେ ଘୁ.ଉଦୟଗିରି ବ୍ଲକ ପରିସରରେ ଥିବା ପ୍ରେକ୍ଷାଳୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡ଼ଃ.ବୃନ୍ଧା ଡି, କନ୍ଧମାଳ ଏସପି ଶ୍ରୀ ଭିନିତ୍‌ ଅଗ୍ରୱାଲ ପିଡି ପିଆରଡିଏ ବିଶ୍ୱରଂଜନ ନାୟକ, ଦୁଃଖବନ୍ଧୁ ନାୟକ ଉପଜିଲ୍ଲାପାଳ ବାଲିଗୁଡା,ମଧୁସୂଦନ ବେହେରା ପିଏ ଆଇ ଟି ଡି ଏ,ବାଲିଗୁଡା, ମିସ୍‌ ସୁଭ୍ରାଞ୍ଜଳି ପ୍ରଧାନ ଘୁ ଉଦୟଗିରି ତହସିଲଦାର, ଆଶିଷ କୁମାର୍‌ ତ୍ରିପାଠୀ ଗୋଷ୍ଟି ଉନ୍ନୟନ ଅଧିକାରୀ ଘୁ ଉଦୟଗିରି, ଶ୍ରୀମତୀ ସୁଷମା ପ୍ରଧାନ, ଅଧକ୍ଷା ଘୁ ଉଦୟଗିରି ବ୍ଲକ,ଶ୍ରୀମତୀ ଭାନୁପ୍ରଭା ମିଶ୍ର ଅଧ୍ୟକ୍ଷା ଏନ୍‌ଏସି ଘୁ ଉଦୟଗିରି ମଞ୍ଚାସିନ ରହିଥିିଲେ । ସମସ୍ତ ଅଭିଯୋଗ ଶୁଣିଥିଲେ ଓ ଏହାର ଶୀଘ୍ର ସମାଧାନ ନିମନ୍ତେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଓ ଏନଏସି ମଧ୍ୟରେ ଥିବା ସରକାରୀ କାର୍ଯ୍ୟାଳୟ ମୁଖ୍ୟମାନେ ଉପସ୍ଥିତ ରହିଥିବା ବେଳେ ବ୍ଲକ ଅଧିନରେ ଥିବା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ରହିଥିଲେ । ଅଭିଯୋଗ କରିଥିବା ଲୋକମାନଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସମସ୍ୟା ଉପରେ ନିରୀକ୍ଷଣ କରି ସେହି ସମସ୍ୟା କେଉଁ ବିଭାଗର ତାହା ଦେଖି ସମାଧାନ କରିବା ପାଇଁ ସେହି ବିଭାଗର ମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ । ଅଧିକାଂଶ ଲୋକମାନଙ୍କର ଅଭିଯୋଗ ଥିଲା ଯେ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଯୋଗାଇବା ପାଇଁ ଏବଂ ଭତ୍ତା, ସହିତ କିଛି ପାଣି ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ରହିଥିବା ସୂଚନା ରହିଛି । ଲିଙ୍ଗାଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବଦଳି କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଲୀଙ୍ଗାଗଡ ସରପଞ୍ଚ ଅବଲାକର ପ୍ରଧାନ ଅଭିଯୋଗ କରିଥିଲେ ଓ ଅଭିଯୋଗ ପୂରଣ ନ ହେଲେ ରାଜରାସ୍ତାକୁ ଉହ୍ଲେଇବୁ ବୋଲି ଜିଲ୍ଲାପାଳଙ୍କୁ କହିଥିଲେ ।ଏହିପରି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଲୋକମାନଙ୍କର ଅଭିଯୋଗ ପ୍ରଥମେ ଗ୍ରହଣ କରାଯାଇଥିଲା ଓ ପରେ ଅନ୍ୟ ସମସ୍ତ ଅଭିଯୋଗ ଗ୍ରହଣ କରାଯାଇଥିଲା । ଆଜି ସମୁଦାୟ ୮୮ଜଣଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲା । ଅଭିଯୋଗକାରୀମାନେ ଅପେକ୍ଷାରେ ଏବେ ଯେ କେବେ ସେମାନଙ୍କର ସମସ୍ୟା ସମାଧାନ ହେବ ।

hiranchal ad1
Leave A Reply

Your email address will not be published.

four × three =