ଠାକୁରଙ୍କ ଚାପ ଖେଳ ବେଳେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଭକ୍ତ ଓ ସେବାୟତ

0 133

ଦଶପଲ୍ଲା : ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଲଡୁବାବାଙ୍କ ଚନ୍ଦନପୋଖରୀରେ ଗତ ୨୧ ଦିନ ହେବ ଠାକୁରଙ୍କ ଚାପଖେଳ ଚାଲିଥିଲା । ଗତକାଲି ଭଉଁରୀ ଯାତ୍ରା ପାଇଁ ଡଙ୍ଗାକୁ ଆକର୍ଷଣୀୟ ଭାବେ ସଜାଯାଇ ଚାପଖେଳ ଚାଲିଥିଲା । ଡଙ୍ଗାରେ ଠାକୁରଙ୍କ ପ୍ରତିମା ସହ ପ୍ରାୟ ୨୭ ଜଣ ସେବାୟତ ରହିଥିଲେ । ସେମାନଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଥିଲେ । କୂଳଠାରୁ ମାତ୍ର କିଛି ଦୂରରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡିଥିଲା ଫଳରେ ଠାକୁରଙ୍କ ବିଜେ ପ୍ରତିମା ସହିତ ସମସ୍ତ ସେବାୟତ ପାଣିରେ ପଡିଯାଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକ ପୋଖରୀ ଭିତରକୁ ଡେଇଁ ଲୋକଙ୍କୁ ଉଦ୍ଧାର କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − thirteen =