ମାସକ ପରେ ରଥଯାତ୍ରା, ଜୋରସରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

0 66

ପୁରୀ:ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ । ତିନିରଥର ଅନୁକୂଳ ଅଖକୁ ମିଶାଇ ମୋଟ ୨୧ ଗୋଟି ଅଖ ନିର୍ମାଣ ଶେଷ ହୋଇଛି । ତିନିରଥର ‘ଗରଗରା’ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ତିନିରଥର ଭୁଇଁଚଉତା ନିର୍ମାଣ ଶେଷ ପରେ ଚଉତା ର ଦୁଇପଟ ସାଲ ଶେଷ ପର୍ଯ୍ୟାୟରେ ପହଂଚିଛି ।ତାଳଧ୍ୱଜ ରଥର ପୋଲ ଗୟଳ ଚିରଟ ଶେଷ ହୋଇ ଚଉପଟ କାର୍ଯ୍ୟ ବାକି ରହିଛି । ସେହିପରି ନନ୍ଦିଘୋଷ ରଥର ପୋଲ ଗୟଳ ଦୁଇପାର୍ଶ୍ୱ ବାରିସୀରେ ସମତଳ କରିବା ପରେ କରତି ସେବକ ମାନେ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି । ତିନିରଥର ବାକି ରହି ଯାଇଥିବା ଓରାରେ ବିନ୍ଧ, ଆଡ଼ି ବିନ୍ଧ ଶେଷ ହୋଇଛି ।
ତାଳଧ୍ୱଜ ରଥର ମୋଟ ୭ଗୋଟି ଅଖର ନିର୍ମାଣ କାର୍ଯ୍ୟ ଶେଷପରେ ରଥ ଅମୀନ ତିନି ରଥ ଚାଳିକୁଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା
କାଠ “ଗରଗରା’ନିର୍ମାଣ ପାଇଁ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଥିଲେ । ତାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି ।

hiring

ଏଥିସହ ଚଉଦ ନାହାକା ନିର୍ମାଣ ଶେଷପରେ ତାର ଦୁଇ ମୁଣ୍ଡ ସାଲ କାର୍ଯ୍ୟ ଜାରୀ ରହିଥିଲା । ସାଲ କାର୍ଯ୍ୟ ଶେଷ ହୋଇଅଛି । ସେହିପରି ବାକି ରହିଥିବା କେତୋଟି ଓରାରବିନ୍ଧ, ଆଡ଼ି ବିନ୍ଧ ଶେଷ ହୋଇଅଛି । ଦେବଦଳନ ରଥର ମୋଟ ୬ଗୋଟି ଅଖ ନିର୍ମାଣ ଶେଷ ହୋଇଅଛି ।ଏଥି ସହ ଦୁଇଟି ‘ଗରଗରା’ ରଚଉପଟକାର୍ଯ୍ୟ ଆରମ୍ଭ ହୋଇଅଛି । ନିର୍ମାଣପରେ ଦେବଦଳନ ରଥର କେତୋଟି ବାକିଥିବା ଚଉଦନାହାକାର ଦୁଇମୁଣ୍ଡ ସାଲ ଶେଷ ହୋଇ ।ଓରାରେ ବିନ୍ଧ ଆଡିବିନ୍ଧ ଶେଷ ହୋଇଅଛି ।
ନନ୍ଦିଘୋଷ ରଥର ମୋଟ ୮ଗୋଟିଅଖ ନିର୍ମାଣ ଶେଷ ହେବା ପରେରଥ ଅମୀନ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି,୨୦ ଫୁଟିଆ ଧଉରାକାଠ ଗରଗରାନିର୍ମାଣ ନିମନ୍ତେ ଯୋଗାଇ ଥଲେ ।ଯାହାକି ଚଉପଟ କାର୍ଯ୍ୟ ଆରମ୍ଭହୋଇଅଛି । ଏତତ୍‌ ବ୍ୟତୀତ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଦୋଳବେଦୀ ଠାରେ କରତି ସେବକ ମାନେ ଜାରି ରଖିଛନ୍ତି ।
୩ ରଥର ରୁପକାର ସେବକମାନେ ତିନିରଥ ଛଅ ଛଅଟି ସାଲ ଗୁଜରେ ରୂପ ଖୋଦେଇ ଶେଷ ପରେ ବାକି ରହିଥିବା ସାଲ ଗୁଜଗୁଡିକରେ ସିଂହ ବିରାଳ ରୂପ ଖୋଦେଇ ଆରମ୍ଭ କରିବା ସହ ତିଖ ଗୁଜରେରୂପ ଖୋଦେଇ ଜାରୀ ରଖିଛନ୍ତି ।
ସେପଟେ ଦୋଳବେଦୀରେ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝାସେବକ ମାନେ ତିନି ରଥ ର ‘ଘଡିମୁହଁ ଦଣ୍ଡା-କଣ୍ଟା ନିର୍ମାଣ ଶେଷ କଲାପରେ ସେଗୁଡିକର ମଠା କାର୍ଯ୍ୟ କରିବାସହ ତିନିରଥର ଗୟଳ କଣ୍ଟା, ଗରଗରା କଣ୍ଟା ଏବଂ ଛନ୍ଦା ଗୟଳକଣ୍ଟା ନିର୍ମାଣ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

one × 1 =