ଶୀତଳଷଷ୍ଠୀ ଯାତ୍ରାର ସୁରକ୍ଷା ପାଇଁ ୧୫୦ ଅଧିକାରୀ ଓ ୩୫ ପ୍ଲାଟୁନ ପୁଲିସ ବଳ ମୁତୟନ

0 85

ସମ୍ବଲପୁର:ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସମୟରେ ସୁରକ୍ଷା ପାଇଁ ୧୫୦ ପୁଲିସ ଅଧିକାରୀ ଓ ୩୫ ପ୍ଲାଟୁନ ପୁଲିସ ବଳ ମୁତୟନ କରାଯାଇଛି । ସମ୍ବଦ୍ଧ ପୁଲିସ ଅଧିକାରୀମାନଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ପାଇଁ ଜିଲ୍ଲା ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧର ଆଜି ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ଏକ ସଭା ଡକାଇ ଥିଲେ । ଏହି ଉତ୍ସବ ପାଳନ ସମୟରେ ବାହାରୁ ଲକ୍ଷାଧିକ ଲୋକେ ସମ୍ବଲପୁରକୁ ଆସି ଥାଆନ୍ତି ଓ ସମଗ୍ର ସହର ଚଳଚଞ୍ଚଳ ହେବାର ନଜିର ରହିଛି । ଏହି ପରିପ୍ରେକ୍ଷୀରେ ବିଧି ଓ ବ୍ୟବସ୍ଥା ବଜାୟ ରଖିବା ବାସ୍ତବରେ ଏକ ବଡ଼ ଆହ୍ୱାନ, ଯାହାକୁ ସ୍ୱୀକାର କରିବା ସହିତ ଏଥିପାଇଁ ପୁଲିସର ବହୁମୂଲ୍ୟ ଭୂମିକା ଉପରେ ପୁଲିସ ଅଧିକ୍ଷକ ଆଲୋକପାତ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − 13 =