ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳରେ ହାତୀ ଶିକାରୀ !

0 482

ଦଶପଲ୍ଲା : ଦଶପଲ୍ଲା ଉପଖଣ୍ଡ ବନାଂଚଳ ଓ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ମଧ୍ୟରେ ବିଭିନ୍ନ ସମୟରେ ଶିକାରୀମାନେ ବିଦ୍ୟୁତ୍‌ ବିଛାଇବା ସହ ଗୁଳିକରି ଅବାଧରେ ବନ୍ୟଜନ୍ତୁ ଶିକାର କରି ଚାଲିଥିବା ବେଳେ ଏବେ ଦଶପଲ୍ଲାର ବଣ ଜଂଗଲକୁ କିଛି ଶିକାରୀ ନିଜର ସୁରକ୍ଷିତ ଆବାସସ୍ଥଳୀ ଭାବରେ ବାଛିନେଇଥିବା ଜଣାପଡ଼ିଛି । ଏହି ଆନ୍ତଃରାଜ୍ୟ ଶିକାରୀ ମାନେ ବାଘ ଓ ହାତୀ ଶିକାର ପାଇଁ ବିଭିନ୍ନ ସ୍ଥାନ ଘୂରି ବୁଲୁଥିବା ବେଳେ ଏବେ ବାଘ ଓ ହାତୀଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିଛି । ହାତୀଙ୍କ ଗତିବିଧି ଉପରେ ସେମାନେ ତୀକ୍ଷଣ ନଜର ରଖୁଛନ୍ତି । କେଉଁ ଦିଗକୁ ହାତୀ ଯାତାୟାତ କରୁଛନ୍ତି ଓ ଶିକାର ପାଇଁ କେଉଁ ସ୍ଥାନ ସେମାନଙ୍କ ପାଇଁ ସୁରକ୍ଷିତ ହେବ ସେ ଉପରେ ନଜର ରଖୁଛନ୍ତି । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଶିକାର ବୃଦ୍ଧି ପାଇ ଚାଲିଥିବା ବେଳେ ଦଶପଲ୍ଲା ବନାଞ୍ଚଳ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନରସିଂହପୁର ଅଞ୍ଚଳର କିଛି ଶିକାରୀ ବାଇଶିପଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ଥିବା ସୂଚନା ମିଳୁଛି । ଯାହାକୁ ନେଇ ସମସ୍ତେ ସତର୍କ ରହିଛନ୍ତି । ହେଲେ ଏବେ ବାଇଶିପଲ୍ଲୀ ମଧ୍ୟରେ ହାତୀ ନଥିବା ବେଳେ ଘୁମୁସର ବନଖଣ୍ଡ ଓ ବୌଦ୍ଧ ବନଖଣ୍ଡ ଅଂଚଳରୁ ହାତୀଙ୍କୁ ଘଉଡାଇ ଆଣି ଶିକାର କରିବା ଲକ୍ଷ୍ୟରେ ଥିବା ବିଶ୍ୱସ୍ତ ସୁତ୍ରରୁ ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

5 × 2 =