ଶାସନ କେନାଲ ମରାମତି କାର୍ଯ୍ୟ ପରିଦର୍ଶନ କଲେ ରେଙ୍ଗାଲି ବିଧାୟକ

0 58

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବିଭିନ୍ନ କେନାଲ ଯୋଗେ ଚାଷ ଜମିଗୁଡିକୁ ଜଳସେଚନର ବ୍ୟବସ୍ଥା ରହିଛି । ସେଥି ମଧ୍ୟରୁ ଶାସନ କେନାଲ ଅନ୍ୟତମ ଓ ଗୁରୁତ୍ୱପୂର୍ଣ୍ଣ । ଏହି କେନାଲ ତିଆରି ହେବାର ବହୁ ବର୍ଷ ପରେ ଅନେକ ସ୍ଥାନରେ ଭାଙ୍ଗି ଯାଇଥିଲା । ତେଣୁ ୨୦୦୩-୦୪ ଆର୍ଥିକ ବର୍ଷରେ ବିଶ୍ୱ ବ୍ୟାଙ୍କ ସହାୟତାରେ ୩୩ କୋଟି ଟଙ୍କା ବ୍ୟୟରେ ଏହି କେନାଲର ମରାମତି କରାଯାଇଥିଲା । ସେ ସମୟରେ ସେହି ମରାମତି କାର୍ଯ୍ୟକୁ ନେଇ ଅନେକ ଅଭିଯୋଗ ମଧ୍ୟ ଆସିଥିଲା । ଅନେକ ବର୍ଷ ପରେ ଚଳିତ ବର୍ଷ ପୁଣି ଶାସନ କେନାଲର ମରାମତି କାର୍ଯ୍ୟ ଚାଲୁଛି । ଏବେ ରେଙ୍ଗାଲି ବିଧାୟକ ନାଉରି ନାୟକ ମରାମତି କାର୍ଯ୍ୟ ଚାଲୁଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି ।

hiring

ପରିଦର୍ଶନ ସମୟରେ ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପଣ୍ଡା ଓ ସହକାରୀ ଯନ୍ତ୍ରୀ ଭୋଇ ଉପସ୍ଥିତ ରହିଥିଲେ । ପରିଦର୍ଶନ ସମୟରେ କେତେକ ସ୍ଥାନରେ ନିମ୍ନମାନର କାମକୁ ନେଇ ବିଧାୟକ ଆପତ୍ତି ଉଠାଇଥିଲେ । ସେହି କାର୍ଯ୍ୟଗୁଡିକ ସଠିକ ଭାବରେ ଆଉଥରେ ସମ୍ପନ୍ନ କରିବା ପାଇଁ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ମରାମତି କାର୍ଯ୍ୟର ଗୁଣାତ୍ମକମାନକୁ ବଜାୟ ରଖିବା ପାଇଁ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ତାଗିତ କରିଥିଲେ ଓ କାର୍ଯ୍ୟରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିଲେ । ବିଧାୟକ ଦ୍ୱାରା ଉକ୍ତ ପରିଦର୍ଶନ ସମୟରେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ହୋତା, ମଣ୍ଟୁ ଭୋଇ ଓ ଆଉ ଅନେକ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

13 − six =