ଚୁଆରେ ପଡ଼ିଲା ହାତୀ ଛୁଆ, ୨ଘଣ୍ଟା ପରେ ଉଦ୍ଧର ହେଲା

0 82

ଫୁଲବାଣୀ : ପୁଣି ବିପଦରେ ଗଜ । ଛୁଆ ହାତୀ ପୁଣି ଗଳି ପଡ଼ିଲା ଏକ ପରିତକ୍ତ ଚୁଆରେ । କନ୍ଧମାଳ ଜିଲ୍ଲା ଗୋଛାପଡା ରେଞ୍ଜର ପକାରୀ ପଞ୍ଚାୟତ ଜିରୀଙ୍ଗପଡ଼ା ଗ୍ରାମ ନିକଟ ବିଲମାଳରେ ଥିବା ଚୁଆରେ ଏକ ହାତୀ ଛୁଆ ପଡିଥିବା ଦେଖିଥିଲେ ଗ୍ରାମବାସୀ । ସୁଚନା ଅନୁସାରେ ବିଲମ୍ବିତ ରାତିରେ ୧୦ ଟିକିଆ ହାତୀପଲ ଆମ୍ବ ଓ ପଣସ ଖାଇବା ପାଇଁ ଆସିଥିଲେ । ହାତୀପଲ ମଧ୍ୟରେ ରହିଥିଲା ଏକ ଛୁଆ ହାତୀ । ହାତୀପଲ ପାହାନ୍ତାରୁ ଜଙ୍ଗଲକୁ ଫେରୁଥିବା ବେଳେ ଏକ ପରିତକ୍ତ କୂଅରେ ପଡିଥିଲା ହାତୀ ଛୁଆ । ଘଟଣା ସ୍ଥଳକୁ ଫିରିଙ୍ଗିଆ ରେଞ୍ଜର ସହ ଏକ ଟିମ ଯାଇଥିବା ବେଳେ ହାତୀ ଛୁଆକୁ ଉଦ୍ଧାର କରାଯିବା ପାଇଁ ବନ କର୍ମଚାରୀ ମାନେ ଜେସିବି ମେସିନ ନେଇଁ ଚୁଆର ମାଟି ବାହାର କରି ରାସ୍ତା କରିବା ପରେ ଛୁଆ ହାତୀ ସୁରକ୍ଷିତ ଭାବେ ଚୂଆରୁ ବାହାରି ଜଙ୍ଗଲକୁ ଯାଇଛି । ସେହି ନିକଟରେ ଥିବା ୬ ଟିକିଆ ହାତୀ ପଲ ସହିତ ଛୁଆ ହାତୀ ଜଙ୍ଗଲକୁ ସୁରକ୍ଷିତ ଭାବେ ଯାଇଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ରେଞ୍ଜର ବିଜୟ କୁମାର ମଲ୍ଲିକ । ତେବେ ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ବନ ବିଭାଗର ପ୍ରାୟ ୧୫ ଜଣିଆ ଟିମ ବହୁ ସତର୍କତାର ସହିତ ବାଣ, ଲାଇଟ, ନିଆଁ ଲଗାଇବା ସରଞ୍ଜାମ ସହିତ ଜେସିବି ମେସିନ ନେଇ ପ୍ରାୟ ୨ ଘଣ୍ଟା ଧରି ଚୂଆର ମାଟି ବାହାର କରି ରାସ୍ତା କରିବା ପରେ ହାତୀଟି ଚୂଆରୁ ବାହାରିଥିଲା ବୋଲି ରେଞ୍ଜର ସୂଚନା ଦେଇଛନ୍ତି ।

hiring
hiranchal ad1
Leave A Reply

Your email address will not be published.

six − one =