ଘୁ ଉଦୟଗିରିରେ ସ୍ନାନ ଯାତ୍ରା, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

0 78

ଘୁ ଉଦୟଗିରି:ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ।ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆନନ୍ଦ ଉଲ୍ଲାସର ପରିବେଶ । ଚତୁର୍ଦ୍ଧା ମୁରାତିଙ୍କୁ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପ ପର୍ଯ୍ୟନ୍ତ ପହଣ୍ଡି କରି ଆଣିବା ପରେ ସ୍ନାନ ମଣ୍ଡପରେ ୧୦୮କଳସ ଜଳରେ ସ୍ନାନ କରେଇବା ପରେ ପୁରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ ମନ୍ତ୍ର ପାଠ କରି ହୋମଯଜ୍ଞ କରି ପୂଜାପାଠ ସହ ଆଳତି କରିବା ପରେ ଚତୁର୍ଦ୍ଧା ମୁରାତି ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମନ୍ଦିରର ପୂଜକ ଅଚ୍ୟୁତାନନ୍ଦ ପଣ୍ଡା, ମାନସ ପଣ୍ଡା, ଚନ୍ଦ୍ରକାନ୍ତ ପଣ୍ଡା ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମନ୍ଦିର ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ମହାପାତ୍ର,ସହ ସମ୍ପଦକ କାଳୁ ଚରଣ ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ପାତ୍ର,ଅଶ୍ୱିନୀ ପାତ୍ର,ସଞ୍ଜୟ ଆଚାର୍ଯ୍ୟ, ବିନୋଦ ବିହାରୀ ଦାସ,ପ୍ରତାପ ପଣ୍ଡା,ଅମୂଲ୍ୟ ସାହୁଙ୍କ ସମେତ ବହୁ ସଭ୍ୟ ଭକ୍ତ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen + 13 =