ପଏମ ପକ୍ଷରୁ ନାଟ୍ୟମହର୍ଷି ଭଗବାନ ସାହୁ ଜୟନ୍ତୀ ପାଳିତ

0 54

ସମ୍ବଲପୁର: ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଂଚ (ପଏମ) ପକ୍ଷରୁ ସମ୍ବଲପୁରୀ ନାଟ୍ୟମହର୍ଷି ଭଗବାନ ସାହୁଙ୍କ ୯୨ ତମ ଜୟନ୍ତୀ ସମାରୋହ ସହକାରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଡଃ ପରେଶ ଦାନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୁରୁ ଭଗବାନ ସାହୁଙ୍କ ସ୍ମୁତିଚାରଣ କରିବା ସହ ନୁଆଁଖାଇକୁ ଗୋଟିଏ ଦିନରେ କରିବା ପାଇଁ କରାଯାଇଥିବା ସଂଘର୍ଷ ବିଷୟରେ ଆଲୋକପାତ କରିଥିଲେ । ସାରା ପଶ୍ଚିମାଞ୍ଚଳର ପଣ୍ଡିତ ମାନଙ୍କୁ ଏକଜୁଟ କରି ଗୋଟିଏ ଦିନରେ ନୁଆଁଖାଇ ଆୟୋଜନ ପାଇଁ କରାଯାଇଥିବା ଚେଷ୍ଟା ଆଜି ଅଂଚଳକୁ ଏକଜୁଟ କରି ରଖିପାରିଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ଭଗବାନ ସାହୁଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ନାଟ୍ୟ ଗୁରୁ ଭଗବାନ ସାହୁଙ୍କ ସ୍ମୃତିଚାରଣ କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଂଚର ଆବାହକ ଭବାନୀଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜୁହାର ପରିବାର ର ବିଶ୍ୱଜିତ ପ୍ରଧାନ, ସୁଦାମ ମେହେର, ସବ୍ୟସାଚୀ ମିଶ୍ର, ପଂକଜିନୀ ମେହେର, କଲ୍ପନା ମିଶ୍ର, କାନ୍ତି ମେହେର, ବାବଲୁ ବାଗ, ସଦାନନ୍ଦ ପଣ୍ଡା, ସନ୍ତୋଷ ବଢାଇ, କାର୍ତିକ ମେହେର, ଶିବୁ ଭୋଇ, ଲମ୍ବୋଦର ବଢାଇ, କମଲ ଲୋଚନ ପଣ୍ଡା, ଲିଂଗରାଜ ମହାପାତ୍ର ଓ ରାହୁଲ ଗୁପ୍ତା ପ୍ରମୁଖ ସାମିଲ ହୋଇଥିଲେ । ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କବି ପ୍ରଦୀପ ରଂଜନ ପାଣିଗ୍ରାହୀ ଏବଂ କାହ୍ନୁ କେଶବ ବହିଦାର ସମ୍ବଲପୁରୀ କବିତା ପାଠ କରିଥିଲେ । ସମ୍ବଲପୁରୀ ଭାଷାର ନାଟକ ଚୌହାନ ବୀର ସୁରେନ୍ଦ୍ର ସାଏ ନାଟକକୁ ଚାରି ହଜାରରୁ ଅଧିକ ରାତି ମଂଚସ୍ଥ କରି ଗୁରୁ ଭଗବାନ ସାହୁ ସମଗ୍ର ପଶ୍ଚିମ ଓଡ଼ିଶାରେ ସାଂସ୍କୃତିକ ଦୂତ ହୋଇ ପାରିଥିଲେ । ସଭା ଶେଷରେ ସୁବୋଧ କୁମାର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eight + eleven =