ଉଦଯାପିତ ହେଲା କଣ୍ଟାମାଳ ଲୋକକଳା ମହୋତ୍ସବ

0 123

କଣ୍ଟାମାଳ:ମହାମାରୀ କରୋନା ଯୋଗୁଁ ଗତଦୁଇ ବର୍ଷ ହେଲା ବନ୍ଦ ହୋଇ ଯାଇଥିବା ମହୋତ୍ସବ ଗତ ୧୩ ତାରିଖରୁ ପୁନର୍ବାର କଣ୍ଟାମାଳଠାରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ୧୭ ତମ ଲୋକ କଳା ମହୋତ୍ସବ ଓଡିଶାର ସୁନାମଧନ୍ୟ ସାଂସ୍କୃତି ଦଳକୁ ନେଇ ପୁଣିଥରେ ଲୋକ ନୃତ୍ୟ, ଲୋକ ଗୀତ, ଲୋକ ବାଦ୍ୟକୁ ନେଇ ରସଶିକ୍ତ ହୋଇ ପଡିଥିଲା ହରିଶଙ୍କର କଳାମଣ୍ଡପ । ଗତ ୧୩ ତାରିଖରେ ଏକ ବିରଟ ସାଂସ୍କୃତିକ ଶୋଭାଯାତ୍ରା ସହ ସନ୍ଧ୍ୟା ସମୟରେ ଏହି ମହୋତ୍ସବ ଉଦଘାଟିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସସ୍ମିତା ସେନାପତି, ସମ୍ମାନୀତ ଅତିଥିଭାବେ ନାଟ୍ୟଭିଷ୍ମ ଗଦାଧର ବାରିକ, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତି ସୁମିତ୍ରା ସାହୁ, ଶ୍ରୀମତି ପଦ୍ମାଳୟା ପ୍ରଧାନ, କଣ୍ଟାମାଳ ବ୍ଲକ ବିଡ଼ିଓ କଳକୃଷ୍ଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିବା ସହ ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି ସଂପର୍କରେ ବକ୍ତବ୍ୟ ରଖିଥିଲେ ।

ଉତ୍ସବକୁ ପ୍ରଗତି ଅନୁଷ୍ଠାନ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ଦିବ୍ୟଶଙ୍କର ରାଉତ ସଭା ପରିଚାଳନା କରିଥିବା ବେଳେ ସଭ୍ୟ ଧରଣି ସେନ୍‌ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଆକୃତି ଅନୁଷ୍ଠାନର ଓଡ଼ିଶୀ, ଢୋଲ ମୁହୁରୀର ସମ୍ବଲପୁରୀ, କବିରାଜ ପ୍ରଧାନଙ୍କ ପାଇକ ଆଖାଡା, ନୃତ୍ୟାଞ୍ଜଳୀର ଶବର-ଶବରୁଣୀ ଆଦି କାର୍ଯ୍ୟକ୍ରମକୁ ଦର୍ଶକ ଉପଭୋଗ କରିଥିଲେ । ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାସଂସଦ ନିରଞ୍ଜନ ବିଶି, ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପତ୍ୟୁଷ ପ୍ରିୟଦର୍ଶୀ ରଥ, ସମଜେସେବୀ ଓମ ପ୍ରକାଶ ମିଶ୍ର, ଫିରିଙ୍ଗିଆ ବ୍ଳକ ଉପାଧ୍ୟକ୍ଷ ଅଜିତକୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମଭାବେ ଖୋର୍ଦ୍ଧା ପାଇକ ଆଖାଡା, ଗେହ୍ଲାମା କଳା ନିକତେନ, ବଉଳି କଳା ପରିଷଦ, ରାୟଗଡାର ଢେମଶା ନୃତ୍ୟ ପରିବେଷଣ ହୋଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ମିଶ୍ର, ଶ୍ରୀକାନ୍ତ ଛତ୍ରୀଆଙ୍କୁ ସମ୍ବର୍ଦ୍ଧୀତ କରାଯାଇଥିଲା ।

hiring

ଗତକାଲି ମହୋତ୍ସବର ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଜଙ୍ଗଲ, ପରିବେଶ, ପଞ୍ଚାୟତିରାଜ, ପାଳୀୟ ଜଳ ଓ ସୂଚନା ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସମ୍ମାନୀତ ଅତିଥିଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଅମାତ ଆମ ରାଜ୍ୟର ଲୋକ କଳା, ସଂସ୍କୃତିର ପ୍ରଚାର ଓ ପ୍ରସାର ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ଆମ ରାଜ୍ୟର କଳା, ସଂସ୍କୃତିର ବିକାଶ ଅନ୍ୟ ରାଜ୍ୟ ତୁଳନାରେ ବହୁ ଆଗରେ ବୋଲି କହିବା ସହ ଏଭଳି ମହୋତ୍ସବର ଆବଶ୍ୟକତା ପ୍ରତି ମତବ୍ୟକ୍ତ କରିଥିଲେ । ବିଧାୟକ ଶ୍ରୀ ରଣା ଳେଶକ କଳା ମହୋତ୍ସବ ଆମ ଅଞ୍ଚଳର ବିକାଶ ଧାରାକୁ ବେଶ କ୍ରୀୟାଶୀଳ କରିବା ସହ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଦ୍ୱାରା ଘୋଷିତ ଆଦିବାସୀ ସଂଗ୍ରହାଳୟର କାର୍ଯ୍ୟ ଖୁବ ଶ୍ରୀଘ୍ର ଆରମ୍ଭ କରାଯାଇ ଆଦିବାସୀଙ୍କ କଳା, ସଂସ୍କୃତି ସହ ସେମାନଙ୍କ ବ୍ୟବହାର ଅସ୍ତ୍ରଶସ୍ତ୍ର ଗୁଡିକୁ ସଂଗ୍ରାହଳୟରେ ପ୍ରଦର୍ଶନ କରାଯିବ ବୋଲି କହିଥିଲେ ।

ଏହି ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ ପାଇଁ ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ ମିଶ୍ର, ପ୍ରଶାନ୍ତକୁମାର ରଣା, ଉଦଘୋଷିକା ରଶ୍ମିତା ନାୟକ ଏବଂ ଦଣ୍ଡ ନାୟୀକା ପଞ୍ଚମୀ ନନ୍ଦଙ୍କୁ ମନ୍ତ୍ରୀ ଶ୍ରୀ ଅମାତ ସମ୍ବର୍ଦ୍ଧିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ନଟରାଜ କଳା ପରିିଷଦର ଓଡିଶୀ, ଫୁଲବାଣୀର କୁଇ ଓ ଧଙ୍ଗଡା ଧାଙ୍ଗିଡି ନୃତ୍ୟ, ସୁନ୍ଦରଗଡର ମୟୁରୀ, କଣ୍ଟାମାଳର ଉକିଆ ଭଳି ଅନୁଷ୍ଠାନ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ର ପରିବେଷଣ କରାଯାଇ ଥିଲା । ଶେଷର ମହୋତ୍ସବ କମିଟିର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ଦାଶ, ଧର୍ମେନ୍ଦ୍ର ରଣା, ଶରତକୁମାର ସାହୁ, ଲିଚୁ ଅଗ୍ରୱାଲା, ସାନନ୍ଦ ମହାକୁଡ, ସତ୍ୟନାରୟଣ ରଣା, ରାଜକିଶୋର ବାଘ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × one =